ନୂଆଦିଲ୍ଲୀ: ଧରମ ଭାଇ ସମ୍ପର୍କରେ ଘରକୁ ସବୁଦିନ ଆସୁଥିଲା ପ୍ରେମିକ । ପ୍ରଥମେ କେହି ଏହାକୁ ଖରାପ ନଜରରେ ଦେଖୁନଥିଲେ । ପ୍ରତିଦିନ ଆସିବା ପରେ ସାହି ପଡ଼ିଶା ଟୁପୁରୁ ଟାପୁରୁ ହେଲେ । ସ୍ବାମୀଙ୍କ କାନରେ ପଡ଼ିଲା, ଆଉ ସେ ମଧ୍ୟ ସନ୍ଦେହ ନଜରରେ ଦେଖିଲେ । ସ୍ତ୍ରୀର ଖରାପ ସମ୍ପର୍କକୁ ଧରିବା ପାଇଁ ସୁଯୋଗକୁ ଜଗି ବସିଲେ ସ୍ବାମୀ । ହେଲେ ଯେତେବେଳେ ଧରିଲେ, ପ୍ରେମିକ ସହ ମିଶି ଖଟରେ ବାନ୍ଧି ନିଆଁ ଲଗାଇଦେଲା ସ୍ତ୍ରୀ । ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ଯାହା ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲ୍ଲା ରେହରା ଗାଁର ଲାଲଜି ଗୌତମଙ୍କୁ ତାଙ୍କ ପତ୍ନୀ ପୂଜା ଏବଂ ଫିରୋଜ ମିଶି ଜାଳି ଦେଇଥିବା ଅଭିଯୋଗ ହୋଇଛି । ତାଙ୍କୁ ଅର୍ଦ୍ଧବଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତ ପତ୍ନୀ ପୂଜା ଏବଂ ତାଙ୍କ ପ୍ରେମିକ ଫରୋଜଙ୍କୁ ପୁଲିସ ଗିରଫ କରିଥିବାବେଳେ କୋର୍ଟ ଚାଲାଣ କରିଛି । ତେବେ ସେମାନଙ୍କୁ କଠୋର ଦଣ୍ଡ ଦେବାକୁ ଲାଲଜିଙ୍କ ପରିବାର ଦାବି କରିଛନ୍ତି ।
କହି ରଖୁଛୁ କି, ପୂଜା ଏବଂ ଲାଲଜିଙ୍କ ବିବାହ ୮ ବର୍ଷ ପୂର୍ବେ ହୋଇଛି। ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି । ତଥାପି ପୂଜା ଫିରୋଜଙ୍କ ପ୍ରେମରେ ପାଗଳ ଥିଲେ । ପ୍ରତିଦିନ ସେମାନେ ମିଳାମିଶ କରୁଥିଲେ । ଯାହାକୁ ନେଇ ସାହି ପଡ଼ିଶା ଲୋକେ ଟାହି ଟାପରା କରୁଥିଲେ । ଯାହାକି ଲାଜଲିଙ୍କ କାନରେ ପଡ଼ିବା ପରେ ସେ ରାଗି ଯାଇଥିଲେ । ଆଉ ସ୍ତ୍ରୀଙ୍କୁ ବୁଝାଇବା ପରେ ମଧ୍ୟ ସେ ଶୁଣିନଥିଲେ । ଦୀର୍ଘ ଦୁଇବର୍ଷ ହେବ ଫିରୋଜ ଭାଇ ପରିଚୟ ଦେଇ ଘରକୁ ଆସୁଥିଲେ । ଏହାକୁ ନେଇ ତାଙ୍କ ପରିବାର ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା । ଆଉ ସେମାନଙ୍କୁ ବିରୋଧ କରିବାକୁ ଖଟରେ ବାନ୍ଧି ନିଆଁ ଲଗାଇ ଦେଇଥିଲେ । ଚିତ୍କାର ଶୁଣି ପଡ଼ୋଶୀ ଲୋକ ବସି ଉଦ୍ଧାର କରିଥିଲେ । ଆଉ ପୁଲିସକୁ ଖବର ଦେଇଥିଲେ । ପୁଲିସ ଅଭିଯୁକ୍ତ ଦୁିଜଣଙ୍କୁ ଗିରଫ କରିଥିବାବେଳେ ଲାଲଜି ଏବେ ଚିକିତ୍ସିତ ହେଉଛନ୍ତି ।










