ନୂଆଦିଲ୍ଲୀ: ମୋବାଇଲ ଏବେ ସମସ୍ତଙ୍କ ଶରୀରର ଏକ ଅଙ୍ଗ ଭଳି ହୋଇଗଲାଣି । ନିଦ ଭାଙ୍ଗିବାମାନେ ମୋବାଇଲ ଆଉ ଶୋଇବା ପୂର୍ବ ପର୍ଯ୍ୟନ୍ତ ମୋବାଇଲକୁ ବ୍ୟବହାର କରିଥାଉ । ଏହି ମୋବାଇଲ ଦେଖିବା ସମୟରେ କେହି ଯଦି ବିରୋଧ କରେ ତାହେଲେ ରାଗ ଆସିଯାଏ । ଯେଉଁମାନେ ଗେମ୍ ଖେଳୁଥିବେ କିମ୍ବା ପ୍ରେମରେ ପଡ଼ିଥିବେ ସେମାନଙ୍କ ମୋବାଇଲ ସହ କିପରି ସମ୍ପର୍କ ତାହା ସମସ୍ତଙ୍କୁ ବେଶ ଭଲଭାବେ ଜଣା । ତେବେ ଏଭଳି ମାତ୍ର ଅଢ଼େଇ ମାସ ବିବାହ ହୋଇଥିବା ପତ୍ନୀଙ୍କ ମୋବାଇଲ ଦେଖୁଥିବାବେଳେ ସ୍ବାମୀଙ୍କ ବିରୋଧ ଶେଷରେ ଜୀବନ ନେଇଯାଇଛି । ସ୍ତ୍ରୀଙ୍କ ବ୍ୟବହାର ପାଇଁ ଜୀବନ ହାରି ଦେଇଛନ୍ତି ସ୍ବାମୀ ।
ମଧ୍ୟପ୍ରଦେଶର ଜବଲପୁରରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ବିକାଶ ଝରିଆ ଏବଂ ରାଧାଙ୍କ ମଧ୍ୟରେ ଅଢ଼େଇ ମାସ ତଳେ ବିବାହ ହୋଇଥିଲା । ବୈଦିକ ରୀତିରେ ସେମାନଙ୍କ ବିବାହ ହୋଇଥିଲା । କିନ୍ତୁ ରାଧା ସବୁବେଳେ ସ୍ବାମୀଙ୍କୁ ଅଣଦେଖା କରିବା ସହ ମୋବାଇଲରେ ଅଧିକ ସମୟ ଦେଉଥିଲେ । ଯେଉଁ କାରଣରୁ ମାତ୍ର ଅଳ୍ପ କିଛିଦିନର ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଥିଲା । ପରପୁରୁଷ ସହ କଥା ହେବାସହ ଫଟୋକୁ ସବୁବେଳେ ଦେଖିଲେ କେଉଁ ସ୍ବାମୀ ବା ଏହାକୁ ସହିପାରିବ କୁହନତୁ ତ ? ଏଭଳି ରାଧାଙ୍କ ଆଚରଣ ରହିଥିବାବେଳେ ଏହାକୁ ବିରୋଧ କରି ଆସୁଥିଲେ ବିକାଶ । ଘଟଣାଦିନ ରାଧା ନିଜର ମୋବାଇଲରେ ଅନ୍ୟ ଜଣେ ପୁରୁଷଙ୍କ ସହ ବେଶ ଖୁସିରେ କଥା ହୋଇଥିଲେ । ଆଉ ପରେ ଫଟୋକୁ ଦେଖୁଥିଲେ ।
ଜୁମ୍ କରି କରି ଫଟୋକୁ ଦେଖୁଥିଲେ । ଯାହାକୁ ବିରୋଧ କରିଥିଲେ ତାଙ୍କ ସ୍ବାମୀ । ଯେତେ ଡାକିଥିଲେ ମଧ୍ୟ ଶୁଣିନଥିଲେ । ଶେଷରେ ଯେତେବେଳେ ତାଙ୍କ ମୋବାଇଲକୁ ଧରିଥିଲେ ସେ ସିଧା ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଯାହାକି ବିକାଶଙ୍କୁ ଭାଙ୍ଗି ଦେଇଥିଲା । ଗଭୀରଭାବେ ଦୁଃଖ ପାଇଥିବା ବିକାଶ ଶେଷରେ ରଶି ଲଗାଇ ନିଜର ଜୀବନ ହାରିଥିଲେ । ପୁଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବାବେଳେ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଛି । ତେବେ ବିକାଶଙ୍କ ବାପା ଅଭିଯୋଗ କରିଛନ୍ତି କି, ବୋହୂ ସବୁବେଳେ ଅନ୍ୟ ଜଣଙ୍କ ସହ ଫୋନରେ ଗପୁଥିଲେ । ଉପର ମହଲାକୁ ଗଲେ ଜମା ଳକୁ ଆସୁନଥିଲେ । ସବୁବେଳେ ଭିଡିଓ କଲରେ କଥା ହେଉଥିଲେ ଏବଂ ହସୁଥିଲେ । ହେଲେ ପୁଅକୁ ଦେଖିବା ମାତ୍ରେ ରାଗି ଯାଉଥିଲେ । ଘଟଣାଦିନ ମଧ୍ୟ ପୁଅ ବାହାରେ ଥିବାବେଳେ ସକାଳୁ ମୋବାଇଲରେ ଗପ ଚାଲିଥିଲା । ତା ପାଇଁ ମୋ ପୁଅର ଜୀବନ ଯାଇଥିବାବେଳେ ତା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।










