କେନ୍ଦୁଝର: ଯଶୀପୁରରେ ବୃଦ୍ଧକୁ ବାଘ ଖାଇବା ଅଭିଯୋଗରେ ନୂଆ ଟ୍ୱିଷ୍ଟ । ବାଘ ନୁହେଁ, ଅଜଣା ଜନ୍ତୁ କହିଲେ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବାଘ ଏପରି ରହି ଖାଇ ପାରିବ ନାହିଁ ବୋଲି ଜଙ୍ଗଲ ଅଧିକାରୀ କହୁଛନ୍ତି । ବୃଦ୍ଧଙ୍କ ସାମ୍ପୁଲ ଟେଷ୍ଟ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ । ଅଜଣା ଜନ୍ତୁ ଖାଇଥିବା ଭଳି ଲାଗୁଛି କହିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ସୂଚନାଥାଉକି, ଗତକାଲି ବୃଦ୍ଧ ଜଣଙ୍କ ଶୌଚ ହେବାକୁ ଗଲାବେଳେ ତାଙ୍କୁ ସେ ବାଘ ଆକ୍ରମଣର ଶିକାର ହୋଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।










