35.1 C
Bhubaneswar
Tuesday, June 2, 2026
Homeଦେଶ ବିଦେଶନେତାନ୍ୟାହୁଙ୍କୁ ‘ପାଗଳ’ କହି ବର୍ଷିଲେ ଟ୍ରମ୍ପ

ନେତାନ୍ୟାହୁଙ୍କୁ ‘ପାଗଳ’ କହି ବର୍ଷିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଲେବାନନରେ ଇସ୍ରାଏଲ୍ ପକ୍ଷରୁ ଚାଲିଥିବା ପ୍ରତିଶୋଧମୂଳକ ସେନା ଅପରେସନ ଏବଂ ବେରୁତ ଉପରେ ହୋଇଥିବା ବ୍ୟାପକ ଏୟାରଷ୍ଟ୍ରାଇକକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ତିକ୍ତତା ପ୍ରକାଶ ପାଇଛି। ଏକ ଗୁପ୍ତ ଫୋନ୍ କଲ୍ ସମୟରେ ଟ୍ରମ୍ପ ଅତ୍ୟନ୍ତ ଉତକ୍ଷିପ୍ତ ହୋଇ ନେତାନ୍ୟାହୁଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତୀବ୍ର ଭର୍ତ୍ସନା କରିଥିବା ଆକ୍ସିଓସ୍ ରିପୋର୍ଟରୁ ଜଣାପଡ଼ିଛି । ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ନେତନ୍ୟାହୁ ନିଜର ଏହି ଦାୟିତ୍ୱହୀନ କାର୍ଯ୍ୟକଳାପ ଯୋଗୁଁ ଇସ୍ରାଏଲକୁ ବିଶ୍ୱ ସ୍ତରରେ ସମ୍ପୂର୍ଣ୍ଣ ଏକଘରକିଆ କରୁଛନ୍ତି ଏବଂ ଇରାନ ସହିତ ୱାଶିଂଟନ ଚଳାଇଥିବା ସମ୍ବେଦନଶୀଳ କୂଟନୈତିକ ଆଲୋଚନାକୁ ବିପଦରେ ପକାଉଛନ୍ତି। ଉତ୍ତ୍ୟକ୍ତ ଟ୍ରମ୍ପ ଫୋନରେ ଚିତ୍କାର କରି କହିଥିଲେ, ତୁମେ ସମ୍ପୂର୍ଣ୍ଣ ପାଗଳ ହୋଇଯାଇଛ, ଯଦି ମୁଁ ନଥାନ୍ତି ତେବେ ତୁମେ ଏବେ ଜେଲରେ ଥାଆନ୍ତ। ମୁଁ ତୁମକୁ ସୁରକ୍ଷା ଦେଇ ଆସୁଛି, କିନ୍ତୁ ଏବେ ଏହି ଆକ୍ରମଣ ଯୋଗୁଁ ସମସ୍ତେ ତୁମକୁ ଓ ଇସ୍ରାଏଲକୁ ଘୃଣା କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking