35.1 C
Bhubaneswar
Tuesday, June 2, 2026
Homeଓଡିଶାସାଇକେଲ ଆରୋହୀଙ୍କୁ ଚାପିଦେଲା ଟ୍ରକ

ସାଇକେଲ ଆରୋହୀଙ୍କୁ ଚାପିଦେଲା ଟ୍ରକ

କଟକ: କଟକ ନରସିହଂପୁର ବାସେଳିହତା ଛକ ନିକଟରେ ଭୟଙ୍କର ଦୁର୍ଘଟଣା । ସାଇକେଲ ଆରୋହୀଙ୍କୁ ଚାପିଦେଲା ଟ୍ରକ । କ୍ଷତିପୂରଣ ପ୍ରତିବାଦରେ ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କଟକ-ନରସିଂହପୁର ମୁଖ୍ୟ ରାସ୍ତାର ବାସେଳିହତା ଛକଠାରେ ୬୫ ନଂ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ଲୋକେ । ଗତକାଲି ସନ୍ଧ୍ୟାରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଦୁର୍ଘଟଣା ଘଟାଇଥିଲା । ମୃତ ବ୍ୟକ୍ତି ଜଣଙ୍କ ହେଲେ କୁମ୍ଭୀରତୈଳା ଗ୍ରାମର ଆକୁଳ ବେହେରା । ଆହତ ଅବସ୍ଥାରେ ଆକୁଳଙ୍କୁ ଆମ୍ବୁଲାନ୍ସ ଯୋଗେ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବାବେଳେ ଡାକ୍ତର ସେଠାରେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ କାନପୁର ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଚଳାଇବା ସହିତ ଲୋକମାନଙ୍କୁ ବୁଝାସୁଝା କରୁଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking