ନୂଆଦିଲ୍ଲୀ: ପୁନଃ ମୁଲ୍ୟାୟନ ପାଇଁ ଖୋଲିଲା ସିବିଏସଇ ପୋର୍ଟାଲ । କେମିତି କରିବେ ଆବେଦନ ଭିଡିଓ ଜାରି କରି ସୁଚନା ଦେଲା ସିବିଏସଇ । ସିବିଏସଇ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଇଁ ପୁନଃମୂଲ୍ୟାଙ୍କନ ପୋର୍ଟାଲ ଖୋଲିଛି । ଯେଉଁ ଛାତ୍ରଛାତ୍ରୀମାନେ ନିଜର ନମ୍ବର ପୁନଃ ଯାଞ୍ଚ କରାଇବାକୁ ଚାହୁଁଛନ୍ତି, ସେମାନେ ଏହି ପୋର୍ଟାଲ୍ ମାଧ୍ୟମରେ ଆବେଦନ କରିପାରିବେ । ଯାଂଚ ଏବଂ ରି-ଇଭାଲୁଏସନ୍ ପାଇଁ ଏହି ପୋର୍ଟାଲ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ । ଆସନ୍ତୁ କେମିତି କରିବେ ଆବଦେନ ଜାଣିବା
ସିବିଏସଇର ଅଫିସିଆଲ୍ ପୁନଃ ମୁଲ୍ୟାୟନ ପୋର୍ଟାଲ ଖୋଲନ୍ତୁ
ପୋର୍ଟାଲ ଖୋଲିବା ପରେ ପ୍ରଥମେ ଲଗଇନ୍ କରନ୍ତୁ
କେଉଁ ବିଷୟରେ ପୁନଃ ମୁଲ୍ୟାୟନ କରିବେ ଚୟନ କରନ୍ତୁ
ଯେଉଁ ପ୍ରଶ୍ନଗୁଡ଼ିକର ପୁନଃ ମୁଲ୍ୟାୟନ କରିବାକୁ ଚାହୁଁଛନ୍ତି ତାହା ବାଛନ୍ତୁ
ଆବେଦନ ପୂର୍ବରୁ ଉତ୍ତରପୁସ୍ତିକାର ସ୍କ୍ୟାନ୍ କପି ଭଲ ଭାବେ ଯାଞ୍ଚ କରନ୍ତୁ
କେଉଁ ପ୍ରଶ୍ନଗୁଡ଼ିକ ପାଇଁ ଆବେଦନ କରୁଛନ୍ତି ତାହା ସଠିକ୍ ଭାବେ ବାଛନ୍ତୁ
ପୁନଃ ମୁଲ୍ୟାୟନ ପାଇଁ ପ୍ରତି ପ୍ରଶ୍ନ ପିଛା ୨୫ ଟଙ୍କା ଦେବାକୁ ପଡିବ
ଉତ୍ତର ପୁସ୍ତିକାର ସ୍କ୍ୟାନ୍ କପି ପ୍ରତି ବିଷୟ ପାଇଁ ୧୦୦ଟଙ୍କା
ମାର୍କ ଯାଂଚ ପ୍ରତି ବିଷୟ ପାଇଁ ୧୦୦ ଟଙ୍କା ଦେୟ
ଯଦି ପୁନଃ ମୁଲ୍ୟାୟନ ପରେ ନମ୍ବର ବଢ଼େ ଟଙ୍କା ଦେବାକୁ ପଡ଼ିବନି










