36.1 C
Bhubaneswar
Wednesday, May 27, 2026
Homeଓଡିଶାପୋଖରୀରେ ବୁଡି ୬ ବର୍ଷର ଶିଶୁକନ୍ୟା ମୃତ

ପୋଖରୀରେ ବୁଡି ୬ ବର୍ଷର ଶିଶୁକନ୍ୟା ମୃତ

ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଖରୀରେ ବୁଡି ଚାଲିଯାଇଛି ଜଣେ ୬ ବର୍ଷର ଶିଶୁକନ୍ୟାର ଜୀବନ। ମୃତ ଶିଶୁଟି ହେଉଛି କବିରାଜ ଖୁଣ୍ଟିଆଙ୍କ ଝିଅ।ଏହି ଦୁଃଖଦ ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ଶିଶୁକନ୍ୟାଟି ଘର ନିକଟରେ ଖେଳୁଥିବା ବେଳେ ଅସାବଧାନତାବଶତଃ ପୋଖରୀ କୂଳରେ ଗୋଡ ଖସିଯାଇଥିଲା। ପରେ ସେ ପପାଣିରେ ବୁଡିଯାଇଥିଲେ ।ଦୀର୍ଘ ସମୟ ଧରି ଶିଶୁକୁ ନଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ପୋଖରୀରୁ ତାଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ପରେ ପରିବାରରେ ଅସହ୍ୟ ଦୁଃଖର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଗାଁରେ ମଧ୍ୟ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି । ଏହି ଘଟଣା ସମସ୍ତଙ୍କୁ ମର୍ମାହତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking