35.1 C
Bhubaneswar
Wednesday, May 27, 2026
Homeଦେଶ ବିଦେଶଦୁଷ୍କର୍ମ ମାମଲାରେ ପ୍ରେସମିଟରେ ହସିଲେ ୩ ବରିଷ୍ଠ ଆଇପିଏସ

ଦୁଷ୍କର୍ମ ମାମଲାରେ ପ୍ରେସମିଟରେ ହସିଲେ ୩ ବରିଷ୍ଠ ଆଇପିଏସ

ତାମିଲନାଡୁ: ନାବାଳିକାକୁ ଦୁଷ୍କର୍ମ ମାମଲାରେ ପ୍ରେସମିଟରେ ହସିଲେ ୩ ବରିଷ୍ଠ ଆଇପିଏସ । ତାମିଲନାଡୁ କୋଏମ୍ବାଟୁରର ଏହି ଘଟଣା ସମସ୍ତଙ୍କ ମନରେ ପ୍ରଶ୍ନ ଛିଡା କରିଛି । କୋଏମ୍ବାଟୁରରେ ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏନେଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ପ୍ରେସମିଟ ଡାକିଥିଲା ପୋଲିସ । ଏହି ପ୍ରେସମିଟରେ ଲେଡି ପୋଲିସ ଜଣଙ୍କ ହସି ହସି , ନଖ ଖାଇ ଖୁସିରେ ମଲବୁଲ ହେଲେ ବରିଷ୍ଠ ପୋଲିସ ଅଧିକାରୀ । ବଡ ଖତଆ ହେଉଛି ଲେଡି ପୋଲିସ ଅଧିକାରୀଜଣଙ୍କ କୋଏମ୍ବଟୁରର ଆଇଜି ରମୟା ଭାରତୀ । ସାଥୀ ପୋଲିସ ଅଧିକାରୀଙ୍କ କଥା ହୋଇ ହସୁଥିଲେ । ସତେ ଯେମିତି ଏହା ଏକ ସାଧାରଣ ଘଟଣା । କେବଳ ଏତିକିରେ ଆଇଜି ରମୟା ଭାରତୀଙ୍କ ଆଚରଣ ସରିନି, ସେ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ବେଶ ହାଲୁକା ଏବଂ ବିନ୍ଦାସରେ ଦେଇଥିଲେ । ଘଟଣାକୁ ନେଇ ସାରା ଦେଶରୁ ନିନ୍ଦା କରାଯିବା ସହ ଜଣେ ପୋଲିସ ଅଧିକାରୀ ବର୍ଦ୍ଦିରେ ଥାଇ ଏଭଳି ସମ୍ବେଦନଶୀଳ ଘଟଣାରେ କାହିଁକି ଏଭଳି ବ୍ୟବହାର କଲେ ତାହା ଏବଂ ପ୍ରଶ୍ନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking