34.1 C
Bhubaneswar
Monday, May 25, 2026
Homeଓଡିଶା୧୨ଟାରୁ ୩ଟା ଏସଆଇଆର ଫିଲ୍ଡ ୱାର୍କ ମନା

୧୨ଟାରୁ ୩ଟା ଏସଆଇଆର ଫିଲ୍ଡ ୱାର୍କ ମନା

ଭୁବନେଶ୍ୱର:ହିଟ ୱେଭକୁ ଦେଖି ଏସଆଇଆର ପାଇଁ ସମୟସୂଚୀରେ ପରିବର୍ତ୍ତନ କଲେ ଇସିଓ । ଆଡଭାଇଜରୀରେ ସ୍ପଷ୍ଟ କରାଯାଇଛି ଯେ, ତୀବ୍ର ଗ୍ରୀଷ୍ମ ପ୍ରବାହ ସମୟ ଅର୍ଥାତ୍ ଦିନ ୧୨ଟାରୁ ୩ଟା ମଧ୍ୟରେ ଫିଲ୍ଡ ଭିଜିଟ୍, ଡୋର-ଟୁ-ଡୋର ଭେରିଫିକେସନ୍ ଓ ଅନ୍ୟାନ୍ୟ ବାହ୍ୟ କାର୍ଯ୍ୟକୁ ସମ୍ଭବତ ଏଡ଼ାଇବାକୁ ହେବ। ଏହାର ପରିବର୍ତ୍ତେ ସକାଳ ୬ଟାରୁ ୧୧ଟା ଓ ଅପରାହ୍ନ ୪ଟାରୁ ୭ଟା ପର୍ଯ୍ୟନ୍ତ କାମ କରିବାକୁ ପରାମର୍ଶ ଦିଆଯାଇଛି। ସ୍ଥାନୀୟ ପାଣିପାଗ ଅନୁଯାୟୀ ଡିଇଓ ଓ ଇଆରଓମାନେ ସମୟରେ ପରିବର୍ତ୍ତନ କରିପାରିବେ। ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ CEO ତଥା ସ୍ଵତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ରଙ୍କ ଦ୍ୱାରା ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ସମସ୍ତ ଜିଲ୍ଲାପାଳ ଏବଂ ଡିଇଓ, ଇଆରଓ ଓ ବିଏମସି କମିଶନରଙ୍କୁ ପଠାଯାଇଛି। ଫିଲ୍ଡରେ କାମ କରୁଥିବା BLO, BLO ସୁପରଭାଇଜର, AERO ଓ EROମାନଙ୍କ ପାଇଁ କିଛି ଅନିବାର୍ଯ୍ୟ ସୁରକ୍ଷା ନିୟମ ମଧ୍ୟ ଜାରି କରାଯାଇଛି। ପର୍ଯ୍ୟାପ୍ତ ପାଣି, ORS ଓ ଇଲେକ୍ଟ୍ରୋଲାଇଟ୍ ପିଇବା, ହାଲୁକା ରଙ୍ଗର ସୁତି ପୋଷାକ ପିନ୍ଧିବା, କ୍ୟାପ୍ କିମ୍ବା ଛତା ବ୍ୟବହାର କରିବା ଓ ସୂର୍ଯ୍ୟର ପ୍ରତ୍ୟକ୍ଷ ତାପରୁ ଦୂରେ ରହିବାକୁ କୁହାଯାଇଛି। ପ୍ରତ୍ୟେକ ଫିଲ୍ଡ କର୍ମଚାରୀଙ୍କ ପାଖରେ ପାଣି ବୋତଲ, ORS ପ୍ୟାକେଟ୍, କ୍ୟାପ୍ କିମ୍ବା ଛତା ଓ ଯୋଗାଯୋଗ ପାଇଁ ମୋବାଇଲ୍ ଫୋନ୍ ରଖିବାକୁ ନିର୍ଦ୍ଦେଶ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking