34.1 C
Bhubaneswar
Monday, May 25, 2026
Homeଓଡିଶାପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର

ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର

ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର । ଗତ ୧୧ଦିନ ଭିତରେ ଆଜି ଚତୁର୍ଥ ଥର ପାଇଁ ତୈଳ ଦର ବୃଦ୍ଧି ପାଇଛି । ଆଗକୁ ଆହୁରି ଦର ବଢ଼ିବ ବୋଲି କହିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏସନର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ । ଆଜି ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା, ଡିଜେଲ ଦର ୨ଟଙ୍କା ୭୧ ପଇସା ବୃଦ୍ଧି ହୋଇଛି । ଗତ ୧୧ ଦିନରେ ଚତୁର୍ଥ ଥର ପାଇଁ ମହଙ୍ଗା ହୋଇଛି ପେଟ୍ରୋଲ, ଡିଜେଲ । ଭୁବନେଶ୍ବରରେ ପେଟ୍ରୋଲ ଦର ୧୦୯ ଟଙ୍କା ଛୁଇଁଲା ।ମେ’ ୧୫ରୁ ଦର ବଢ଼ିବା ପରେ ଆଜି ଚତୁର୍ଥ ଥର ପାଇଁ ପୁଣି ମହଙ୍ଗା ହୋଇଛି ପେଟ୍ରୋଲ, ଡିଜେଲ । ଏସବୁ ଭିତରେ ତୈଳ ଦର ପୁଣି ବଢ଼ିବ ବୋଲି କହିଛନ୍ତି ସଞ୍ଜୟ ଲାଠ୍ । ଯେତେବେଳେ ପର୍ଯ୍ୟନ୍ତ ଯୁଦ୍ଧ ନ କମିଛି, ସେତେ ଦିନ ଯାଏଁ ତୈଳ ଦର ହ୍ରାସ ପାଇବ ନାହିଁ । ଏବେ ହର୍ମୁଜ ପ୍ରଣାଳୀରେ କ୍ରୁଡ଼ ଅଏଲ ଆସିପାରୁନି । ବିକଳ୍ପ ବ୍ୟବସ୍ଥା ଅର୍ଥାତ ଦକ୍ଷିଣ-ଆଫ୍ରିକା ଦେଇ ଆଣିବା ଦର ବୃଦ୍ଧିର ମୁଖ୍ୟ କାରଣ । ଆଜି ବଡ଼ ବୈଠକ ଅଛି ଇରାନ-ଆମେରିକା ମଧ୍ୟରେ । ଚୁକ୍ତି ହେଉଛି କି ଯୁଦ୍ଧ ହେଉଛି ତା ଉପରେ ନଜର ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking