34.1 C
Bhubaneswar
Monday, May 25, 2026
Homeଓଡିଶାରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ଦେବାଶିଷ

ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଭେଟି ଇସ୍ତଫା ପତ୍ର ଦେଲେ ଦେବାଶିଷ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଦେବାଶିଷ । ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ପତ୍ର ଦେଇଛନ୍ତି । କିଛି ସମୟ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପତ୍ର ଦେଇଥିଲେ ଦେବାଶିଷ । ଇସ୍ତଫା ପତ୍ରରେ ସଫା ସଫା ଲେଖିଥିଲେ ଯେ, ତାଙ୍କୁ ଦଳରେ ଅଣଦେଖା କରାଯାଉଛି । ବୋଧ ହୁଏ ଦଳ ମୋର ଆବଶ୍ୟକତା ଚାହୁଁନାହିଁ । ଏମିତିକି ତାଙ୍କୁ ଯେଉଁ ବରିଷ୍ଠ ଉପସଭାପତି ପଦ ଦିଆଯାଇଥିଲା , ତାହାକୁ ସେ ପ୍ରତ୍ୟାଖ୍ୟାନ କରିଥିଲେ । ଦଳଠୁ ଦୂରେଇ ରହୁଥିଲେ । ବର୍ତ୍ତମାନ ଯଦି ବିଜେଡି ରାଜ୍ୟସଭା ସାଂସଦ ପଦର ଆସନ ସଂଖ୍ୟା ଦେଖିବା ତେବେ ବର୍ତ୍ତମାନ ୫କୁ ଖସିଛି ଆସନ ସଂଖ୍ୟା । କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଯଦିଓ ଦେବାଶିଷ ବିଜେପିରୁ ରାଜ୍ୟସଭା ସାଂସଦ ହୁଅନ୍ତି ତେବେ କଟକ, ତିର୍ତ୍ତୋଲ, ପାରାଦୀପରେ ବିଜେଡିରେ ଥିବା ବେଳେ ଯେମିତି ଲୋକଙ୍କ ସମର୍ଥନ ମିଳୁଥିଲା , ସେପରି କଣ ଏବେ ମିଳିବ କି ? ଦେବାଶିଷ ସାମନ୍ତରାୟ ବିଜେଡି ଛାଡିବା କଟକ ଉପରେ କି ପ୍ରଭାବ ପକାଇବ ତାହା ଦେଖିବାକୁ ଅପେକ୍ଷା । ଏହି ଖବରର ମୋଡ କେଉଁଆଡେ ଗତି କରିବ ତାହା ଜାଣିବାକୁ ବାକି ରହିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking