34.1 C
Bhubaneswar
Monday, May 25, 2026
Homeଓଡିଶାବ୍ରହ୍ମପୁରରେ ଆଉ ଏକ ଏନକାଉଣ୍ଟର୍

ବ୍ରହ୍ମପୁରରେ ଆଉ ଏକ ଏନକାଉଣ୍ଟର୍

ଗଞ୍ଜାମ: ବ୍ରହ୍ମପୁରରେ ଏନକାଉଣ୍ଟର । ଆକ୍ସନ ମୋଡରେ ପୋଲିସ । ଅପରାଧୀଙ୍କୁ ପାନେ ଦେବା ପାଇଁ ଅଣ୍ଟା ଭିଡିଛନ୍ତି ପୋଲିସ ପ୍ରଶାସନ । ୯ ଦିନରେ ପୋଲିସ ୩ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ଗତ ୧୬ ତାରିଖରେ ବ୍ରହ୍ମପୁରର ଦୁର୍ଦ୍ଦାନ୍ତ ଅପରାଧୀ ଦିପୁନା ନାୟକକୁ କୀର୍ତ୍ତୀପୁର ଠାରେ ଏନକାଉଣ୍ଟର କରିଥିଲା ପୋଲିସ । ଏହା ପରେ ୨୦ ତାରିଖରେ ବ୍ରହ୍ମପୁର ଗିରିରୋଡରେ ଉମେଶ ରଥଙ୍କୁ ମାଡ ମାରିଥିବା ଅଭିଯୁକ୍ତ ମୁକେଶ ସାହୁକୁ ଏନକାଉଣ୍ଟର କରିଛି ପୋଲିସ । ଆଉ ଆଜି ବ୍ରହ୍ମପୁର ଅମ୍ବିକା ନଗରରେ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତ ଜଗା ସାହୁକୁ ଏନକାଉଣ୍ଟର କରିଛି ପୋଲିସ । ଅଭିଯୁକ୍ତ ଜଗା ବାଉରୀ ସକୁଣ୍ଡାରେ ଥିବା ସୁରାକ ପାଇ ପୋଲିସ ଟିମ ଚଢାଉ ବେଳେ ଜଗା ପୋଲିସ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଉଦ୍ୟମ କରିଥିଲା । ପୋଲିସ ପାଲଟା ଗୁଳିଚାଳନାରେ ଜଗା ଆହତ ହୋଇଛି । ଆହତ ଜଗାକୁ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ମଙ୍ଗଳାଙ୍କୁ ବଡ ବଜାର ଅମ୍ବିକା ନଗର ଅଞ୍ଚଳରେ ଖଣ୍ଡାରେ ହାଣିଲେ ଜଗା ଓ ବଳିଆ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏନକାଉଣ୍ଟର ଡରରେ ଯଦି ଅପରାଧୀ ଶାନ୍ତ ପଡନ୍ତେ ତେବେ ବ୍ରହ୍ମପୁର ଅଶାନ୍ତ ପାଲଟିବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking