36.1 C
Bhubaneswar
Tuesday, May 19, 2026
Homeଓଡିଶାମେ ୨୦ରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ

ମେ ୨୦ରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ

ନୂଆଦିଲ୍ଲୀ: ମେ ୨୦ରେ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ । ଅନଲାଇନ ଔଷଧ ବିକ୍ରିକୁ ବିରୋଧ କରି ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟସ ଆଣ୍ଡ ଡ୍ରଗିଷ୍ଟସ ପକ୍ଷରୁ ଦେଶବ୍ୟାପୀ ମେଡିକାଲ ଷ୍ଟୋର ବନ୍ଦ ଡାକରା ଦିଆଯାଇଛି । ରାଜ୍ୟ ଡ୍ରଗ୍ସ କଣ୍ଟ୍ରୋଲ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଡ୍ରଗ୍ସ ଇନସପେକ୍ଟର ଓ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ଜରୁରୀ ପ୍ରସ୍ତୁତି ନେବାକୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହି ବନ୍ଦ ବେଳେ ହସ୍ପିଟାଲ ମେଡିକାଲ ଷ୍ଟୋର ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶାବଳୀ ଅନୁସାରେ , ସରକାରୀ ଓ ବେସରକାରୀ ହସ୍ପିଟାଲ ସହ ସଂଲଗ୍ନ ସମସ୍ତ ଇନ- ହାଉସ ଫାର୍ମାସି ଏବଂ ୨୪ ଘଣ୍ଟିଆ ମେଡିସିନ ଷ୍ଟୋରଗୁଡିକୁ ଖୋଲା ରଖିବା ପାଇଁ ଆବଶ୍ୟକ ଅତିରିକ୍ତ କର୍ମଚାରୀ ନିଯୁକ୍ତିର ବ୍ୟବସ୍ଥା କରିବାକୁ କୁହାଯାଇଛି । ସାଧାରଣ ଲୋକେ ଯେପରି ଅସୁବିଧା ନ ପଡନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ସହଯୋଗରେ ଆବଶୟକ ମେଡିକାଲ ଷ୍ଟୋର ଖୋଲା ରଖିବାକୁ ମଧ୍ୟ ପଦକ୍ଷେପ ନେବାକୁ କୁହାଯାଇଛି । ସେପଟେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏନ୍ ଦାବି କରିଛି ଯେ, ଇ-ଫାର୍ମାସି ବା ଅନଲାଇନ୍ ବିକ୍ରିରେ ରିହାତି ତ ମିଳୁଛି। ହେଲେ ଏଥିରେ ଗୁଣବତ୍ତାକୁ ଅଣଦେଖା କରାଯାଉଛି, ଯାହା ସ୍ବାସ୍ଥ୍ୟପ୍ରତି ହାନିକାରକ। ରିହାତି ଦ୍ୱାରା କର୍ପୋରେଟ ସଂସ୍ଥା ମାର୍କେଟକୁ ଅସ୍ଥିର କରୁଛନ୍ତି ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking