36.1 C
Bhubaneswar
Tuesday, May 19, 2026
Homeଓଡିଶାସାର କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ: ଶିବରାଜ ସିଂ ଚୌହାନ

ସାର କଳାବଜାରୀ କଲେ କାର୍ଯ୍ୟାନୁଷ୍ଠାନ: ଶିବରାଜ ସିଂ ଚୌହାନ

ଭୁବନେଶ୍ୱର: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ପତ୍ନୀଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା । ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାର୍ଶ୍ଵ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରି ନିଜକୁ ଧନ୍ୟମନେ କରିଛନ୍ତି । ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ମଙ୍ଗଳବାର  ଭୁବନେଶ୍ୱରରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ହିଛନ୍ତି  ଅନ୍ତର୍ଜାତୀୟ ସ୍ଥିତି ଯୋଗୁଁ ସାର ପାଇଁ ଦେଶରେ ଚିନ୍ତା ବଢିଛି । ନକଲି ପେଷ୍ଟିସାଇଡ ବଜାରରେ ବିକ୍ରି ହେଉଛି । । ସାର କଳାବଜାରୀ ହେଲେ କାହାକୁ ଛଡାଯିବନି । ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ଯୋଗ ଦେଇ କିଛି ଏଭଳି କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ଶିବ ରାଜ ସିଂ ଚୌହ୍ୱାନ । ସେ ଆହୁରି ମଧ୍ୟ କହିଛନ୍ତି, ଚାଷୀ ପାଇଁ ତିଆରି ହେବ ଫାର୍ମର ଆଇଡି । ଏହି ଆଇଡିରେ ଚାଷୀଙ୍କ ସମ୍ପତ୍ତି , ପରିବାର ସଦସ୍ୟଙ୍କ ସଂଖ୍ୟା ସହ ଚାଷୀ ପାଖରେ କେତେ ଜମି ଅଛି ସବୁ ତଥ୍ୟ ରହିବ । ଏହାଦ୍ୱାରା ଚାଷୀଙ୍କୁ ଦୁଇ ମିନିଟରେ ଲୋନ ମିଳିପାରିବ । ସବୁ ରାଜ୍ୟ ଶୀଘ୍ର ଫାର୍ମର ଆଇଡି ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ଆଗକୁ ଅଭାବୀ ବର୍ଷା ଆଶଙ୍କା ରହିଛି । ଏଭଳି ପରିସ୍ଥିତିକୁ ନେଇ ଆଗୁଆ ପ୍ରସ୍ତୁତ ରହିବାକୁ ସବୁ ରାଜ୍ୟକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ପଶ୍ଚିମବଙ୍ଗରେ ଚାଷୀ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରର ବହୁ ଯୋଜନା ଲାଗୁ ହୋଇନଥିଲା । ସଠିକ ଭାବେ ଚେଷ୍ଟା କଲେ କୃଷି ଅଭିବୃଦ୍ଧିର ଇଂଜିନ ହେବ ପୂର୍ବ ଭାରତ । ପୂର୍ବ ଭାରତର ଉତ୍ପାଦନ ହାର କିଛି ସ୍ଥାନରେ କମ ରହିଛି । ଏହାକୁ ଜାତୀୟ ହାରଠୁ ଅଧିକାର ବଢାଇବାକୁ ପଡିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking