ସାଉଥ ସୁପରଷ୍ଟାର ରାମଚରଣ ଟ୍ବିଟ୍ କରି ଭାରତୀୟ କ୍ରିକେଟର ଜସପ୍ରୀତ ବୁମରାଙ୍କୁ କ୍ଷମା ମାଗିଛନ୍ତି । ରାଜାମୌଲୀଙ୍କ ଫିଲ୍ମ ଆରଆରଆରରେ ଲିଡ୍ ରୋଲରେ ନଜର ଆସିଥିବା ରାମଚରଣ ଏବେ ନିଜ ଫିଲ୍ମ ପେଦ୍ଦାର ପ୍ରମୋସନ କରୁଛନ୍ତି । ଆଉ ଭୋପାଳରେ ଏକ ଇଭେଣ୍ଟରେ ଜସପ୍ରୀତ ବୁମରାଙ୍କୁ ଫୁଟବଲର ବୋଲି କହିଥିଲେ ରାମଚରଣ । ରାମଚରଣଙ୍କ କଥା ଶୁଣି ଲୋକ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ଇନଷ୍ଟାରେ ତାଙ୍କ କ୍ଲିପର ମିମ୍ ହୋଇଥିଲା । ଏହାପରେ ଲୋକପ୍ରିୟ ଚଳଚ୍ଚିତ୍ର ତାରକା ରାମ ଚରଣ ଜସପ୍ରୀତ ବୁମରାଙ୍କୁ କ୍ଷମା ମାଗିଛନ୍ତି । ରାମ ଚରଣଙ୍କ ଫିଲ୍ମର ଗୀତ ଲଞ୍ଚ ଇଭେଣ୍ଟ ସମୟରେ ଭୁଲବଶତଃ ବୁମରାଙ୍କୁ ଜଣେ ଫୁଟବଲ୍ ଖେଳାଳି ବୋଲି କହିଥିଲେ । ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଫିଲ୍ମ ପେଦ୍ଦାରର ‘ହେଲାଲ୍ଲାଲୋ’ ଗୀତ ଲଞ୍ଚ ହୋଇଥିଲା । ରାମଙ୍କର ଜସପ୍ରୀତଙ୍କ ଖେଳ ବିଷୟରେ ସମ୍ପୂର୍ଣ୍ଣ ଧାରଣା ନଥିଲା । ଆଉ ସେ ତାଙ୍କୁ ଜଣେ କ୍ରିକେଟର ପରିବର୍ତ୍ତେ ଜଣେ ଫୁଟବଲ୍ ଖେଳାଳି ବୋଲି କହିଥିଲେ ।
କାର୍ଯ୍ୟକ୍ରମରେ ଏକ ରାପିଡ ଫାୟାର ରାଉଣ୍ଡ ହେଉଥିଲା, ଯେଉଁ ସମୟରେ ରାମ ଚରଣଙ୍କୁ ବିଭିନ୍ନ ଭାରତୀୟ ଖେଳାଳିଙ୍କ ବିଷୟରେ ଗୋଟିଏ ଧାଡି ମନ୍ତବ୍ୟ ଦେବାକୁ କୁହାଯାଉଥିଲା । ସଚିନ ତେନ୍ଦୁଲକରଙ୍କରଠୁ ବିରାଟ କୋହଲିଙ୍କ ବିଷୟରେ ରାମ କହିଥିଲେ । ଯେତେବେଳେ ହୋଷ୍ଟ ଜସପ୍ରୀତ ବୁମରାଙ୍କ ନାମ ଉଲ୍ଲେଖ କରିଥିଲେ, ଅଭିନେତା କିଛି ସମୟ ପାଇଁ ଅଟକି କହିଲେ, “ବୁମର. ଜୀ, ମୁଁ ଆପଣଙ୍କର ଜଣେ ବଡ଼ ପ୍ରଶଂସକ । ମୁଁ ଫୁଟବଲ୍କୁ ବହୁତ ଭଲ ପାଏ ଏବଂ ଆପଣ ଖେଳକୁ ବହୁତ ଉଚ୍ଚତାକୁ ନେଇ ଯାଉଛନ୍ତି । ଏହା ପରେ ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ଅନେକ ସମାଲୋଚନା ହେବା ପରେ ରାମ ଚରଣ ତାଙ୍କ X ଆକାଉଣ୍ଟରେ ବୁମରାଙ୍କୁ କ୍ଷମା ମାଗିବା ପାଇଁ ପୋଷ୍ଟ କରିଥିଲେ । ସେ ଲେଖିଛନ୍ତି, “ଉଫ୍… ମୁଁ କେବେ କେବେ ନାମ ସହିତ ଦ୍ୱନ୍ଦ୍ୱରେ ପଡ଼ିଯାଏ । ବୁମରାହ ଜୀ, ମୁଁ ଏହି ଏଥିପାଇଁ କ୍ଷମା ପ୍ରାର୍ଥନା କରୁଛି । ହେଲେ ବୁମରାହ ଏପର୍ଯ୍ୟନ୍ତ ଏହାର କୌଣସି ଉତ୍ତର ଦେଇ ନାହାଁନ୍ତି ।










