30.6 C
Bhubaneswar
Sunday, May 24, 2026
Homeଦେଶ ବିଦେଶ'କକ୍ରୋଚ୍ ଜନତା ପାର୍ଟି' କୁ ନେଇ ଜୋରଦାର ରାଜନୀତି

‘କକ୍ରୋଚ୍ ଜନତା ପାର୍ଟି’ କୁ ନେଇ ଜୋରଦାର ରାଜନୀତି

ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଥିବା ‘କକ୍ରୋଚ୍ ଜନତା ପାର୍ଟି’ (ସିଜେପି) ର ଫଲୋଅର୍ସଙ୍କୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ସଙ୍ଗଠନର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ମଧ୍ୟରେ ଏକ ବଡ଼ ରାଜନୈତିକ ବିବାଦ ମୁଣ୍ଡ ଟେକିଛି । ବିଜେପି ନେତାମାନଙ୍କ ପକ୍ଷରୁ କରାଯାଇଥିବା ଦାବିକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି ଅଭିଜିତ । ପ୍ରଥମେ ଏକ ବ୍ୟଙ୍ଗାତ୍ମକ କିମ୍ବା ମଜାଦାର ଶୈଳୀରେ ଆରମ୍ଭ ହୋଇଥିବା ଏହି ପେଜଟି ଅତି କମ୍ ସମୟ ମଧ୍ୟରେ ଦେଶର ବେରୋଜଗାରୀ, ଶିକ୍ଷା ନୀତି ଏବଂ ପ୍ରଦୂଷଣ ଭଳି ଗମ୍ଭୀର ସାମାଜିକ ପ୍ରସଙ୍ଗ ସରକାରଙ୍କ ସମ୍ମୁଖରେ ଉଠାଇ ଏକ ବଡ଼ ଡିଜିଟାଲ୍ ସେନ୍ସେସନ ପାଲଟିଛି । ଏହି ବିବାଦ ମଧ୍ୟରେ ଅଭିଜିତ ନିଜ ଆକାଉଣ୍ଟର ଅଡିଏନ୍ସ ଆନାଲିଟିକ୍ସର ଏକ ସ୍କ୍ରିନସଟ୍ ଏବଂ ସ୍କ୍ରିନ ରେକର୍ଡିଂ ‘ଏକ୍ସ’ ରେ ସେୟାର କରି ପ୍ରମାଣ କରିଛନ୍ତି ଯେ ତାଙ୍କ ପେଜର ୯୪ ପ୍ରତିଶତରୁ ଅଧିକ ଫଲୋଅର୍ସ କେବଳ ଭାରତରୁ ଅଟନ୍ତି। ଏହାସହ ବୋଷ୍ଟନ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିବା ଅଭିଜିତ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁଙ୍କୁ ସିଧାସଳଖ ପ୍ରଶ୍ନ କରିଛନ୍ତି ଯେ, ସେ କେଉଁ ଆଧାରରେ ପ୍ରତିବାଦ କରୁଥିବା ଭାରତୀୟ ଯୁବପିଢ଼ିଙ୍କୁ ପାକିସ୍ତାନୀ ବୋଲି କହୁଛନ୍ତି ?

ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରି ଲେଖିଥିଲେ ଯେ, ଯେଉଁମାନେ ପାକିସ୍ତାନ ଗ୍ୟାଙ୍ଗର ସାହାଯ୍ୟରେ ନିଜର ଫଲୋଅର୍ସ ବଢ଼ାଉଛନ୍ତି, ସେମାନଙ୍କ ଉପରେ ଦୟା ଆସେ । ଏହାପରେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାର ଦାବି କରିଥିଲେ ଯେ ”କକ୍ରୋଚ୍ ଜନତା ପାର୍ଟି” ର ପ୍ରାୟ ୪୯ ପ୍ରତିଶତ ଫଲୋଅର୍ସ ପାକିସ୍ତାନରୁ ଅଟନ୍ତି ଏବଂ ମାତ୍ର ୯ ପ୍ରତିଶତ ଭାରତରୁ ଅଛନ୍ତି । କେରଳ ବିଜେପି ସଭାପତି ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, ଏହା ଭାରତକୁ ଅସ୍ଥିର କରିବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରଙ୍କୁ ଟାର୍ଗେଟ କରିବା ପାଇଁ ସୀମା ପାର୍ଶ୍ୱରୁ ପରିଚାଳିତ ଏକ କ୍ଲାସିକ ଇନଫ୍ଲୁଏନ୍ସ ଅପରେସନର ଅଂଶବିଶେଷ । ସେ କହିଛନ୍ତି ଯେ କୋଭିଡ ମହାମାରୀ, ରୁଷ-ୟୁକ୍ରେନ ଯୁଦ୍ଧ, ଆମେରିକା-ଇରାନ ଯୁଦ୍ଧ ଏବଂ ଚୀନର ଆକ୍ରୋଶମୂଳକ ଆଭିମୁଖ୍ୟ ଭଳି ବଡ଼ ବଡ଼ ବିଶ୍ୱସ୍ତରୀୟ ସଙ୍କଟ ସତ୍ତ୍ୱେ ପିଏମ ମୋଦୀ ଦେଶର ଅର୍ଥନୀତିକୁ ସୁରକ୍ଷିତ ଓ ଅଭିବୃଦ୍ଧିଶୀଳ ରଖିଛନ୍ତି, ଯାହା ଅନେକ ବିଦେଶୀ ରାଷ୍ଟ୍ରଙ୍କୁ ସହ୍ୟ ହେଉନାହିଁ ଏବଂ ସେମାନେ ବଟ୍ସ ଓ କୃତ୍ରିମ ବୁଦ୍ଧିମତା(ଏଆଇ) ମାଧ୍ୟମରେ ନକଲି ବିବରଣୀ ପ୍ରସ୍ତୁତ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking