37.1 C
Bhubaneswar
Thursday, May 21, 2026
Homeଦେଶ ବିଦେଶପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ

ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ଆତଙ୍କୀ ହମଜା ବୁରହାନକୁ ପାକିସ୍ତାନରେ ଗୁଳିକରି ହତ୍ୟା । ପାକିସ୍ତାନରେ ଜଣେ ଅଜଣା ବ୍ୟକ୍ତି ଗୁଳିକରିଥିବା ସୂଚନା । ପୁଲୱାମା ଆକ୍ରମଣରେ ଭାରତର ୪୦ ଜଣ CRPF ଯବାନ ସହୀଦ ହୋଇଥିଲେ । ଆକ୍ରମଣର ଅନ୍ୟମତ ମାଷ୍ଟରମାଇଣ୍ଡ ଥିବା ହମଜା ବୁରହାନର ପ୍ରକୃତ ନାମ ହେଉଛି ଅର୍ଜୁମନ୍ଦ ଗୁଲଜାର ଡାର । ସେ ମୂଳତଃ ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲା ରତ୍ନିପୋରାର ବାସିନ୍ଦା ଥିଲା । ୨୦୨୨ ମସିହାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଙ୍କୁ UAPA ଅଧୀନରେ ‘ଆତଙ୍କବାଦୀ’ ଘୋଷଣା କରିଥିଲା । ସେ ଗତ କିଛି ବର୍ଷ ଧରି PoK ରେ ଏକ ସ୍କୁଲ ଶିକ୍ଷକର ମିଥ୍ୟା ପରିଚୟ ଦେଇ ରହୁଥିଲା । କିନ୍ତୁ ଏହି ପରିଚୟ ଆଢୁଆଳରେ ସେ ଆତଙ୍କବାଦୀ ତାଲିମ ଶିବିର ଏବଂ ଅନୁପ୍ରବେଶ ନେଟୱାର୍କ ଚଲାଉଥିଲେ ।

ହମଜା ଆତଙ୍କବାଦୀ ସଂଗଠନ ‘ଅଲ-ବଦ୍ର’ର ଜଣେ ପ୍ରମୁଖ କମାଣ୍ଡର ଥିଲେ ଏବଂ ଜୈଶ-ଏ-ମହମ୍ମଦ (JeM) ଭଳି ସଂଗଠନ ସହିତ ମିଶି କାମ କରୁଥିଲେ । ଏନଆଇଏ (NIA) ର ପୁଲୱାମା ଚାର୍ଜସିଟରେ ମଧ୍ୟ ତା’ର ନାମ ରହିଥିଲା । ପୁଲୱାମା ଆକ୍ରମଣ ବ୍ୟତୀତ ସେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମଧ୍ୟ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ।୧୪ ଫେବୃଆରୀ ୨୦୧୯ରେ, CRPF ର ଏକ ବଡ଼ କନଭୟ ଉପରେ ପୁଲୱାମାର ଲେଥପୋରା ନିକଟରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ପ୍ରାୟ ୩୦୦ କିଲୋଗ୍ରାମ ବିସ୍ଫୋରକ (RDX) ଭର୍ତ୍ତି ଏକ କାର ଯବାନମାନଙ୍କ ବସକୁ ଧକ୍କା ଦେଇଥିଲା । ଏହି ଭୟଙ୍କର ବିସ୍ଫୋରଣରେ ୪୦ ଜଣ ଯବାନ ସହୀଦ ହୋଇଥିଲେ । ଏହି ଆକ୍ରମଣର ଦାୟିତ୍ୱ ଜୈଶ-ଏ-ମହମ୍ମଦ ନେଇଥିଲା । ବର୍ତ୍ତମାନ ଏହି ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ହମଜା ନିହତ ହେବା ପରେ ଏହାକୁ ଆତଙ୍କବାଦ ବିରୋଧରେ ଏକ ବଡ଼ ସଫଳତା ଭାବେ ଦେଖାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking