37.1 C
Bhubaneswar
Thursday, May 21, 2026
Homeଓଡିଶାଲାଞ୍ଚ ନେଇ ସ୍ୱାସ୍ଥ୍ୟ କର୍ମୀ ଗିରଫ

ଲାଞ୍ଚ ନେଇ ସ୍ୱାସ୍ଥ୍ୟ କର୍ମୀ ଗିରଫ

ଖୋର୍ଦ୍ଧା : ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ୧୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟ କର୍ମୀ (MHW) ବିଭୂତି ଭୂଷଣ ସାହୁ। ଜଣେ ଗରିବ ବ୍ୟକ୍ତି ତାଙ୍କ ବାପାମା’ଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଖୋର୍ଦ୍ଧା ଉପ-ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେଇଥିଲେ। ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ବାପାମା’ଙ୍କ ମୃତ୍ୟୁ ପ୍ରମାଣପତ୍ର ଜାରି କରିବା ପାଇଁ ଉପ-ଜିଲ୍ଲାପାଳ ହଳଦିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଅଭିଯୁକ୍ତ ବିଭୂତି ଭୂଷଣ ସାହୁ ଏହି କାମ କରାଇ ଦେବା ପାଇଁ ଉକ୍ତ ଗରିବ ବ୍ୟକ୍ତି ଜଣଙ୍କୁ ୧୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ୧୦୦୦ ଟଙ୍କା ନଦେଲେ କାମ ହେବ ନାହିଁ ବୋଲି ସେ କହିଥିଲେ।

ଅନ୍ୟ କୌଣସି ଉପାୟ ନପାଇ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ତା’ପରେ ଯୋଜନା ମୁତାବକ ସେ ଆଜି ପୁରୁଷ ସ୍ୱାସ୍ଥ୍ୟ କର୍ମୀ ବିଭୂତି ଭୂଷଣ ସାହୁଙ୍କୁ ଭେଟି ୧୦୦୦ ଟଙ୍କା ଦେଇଥିଲେ। ଶ୍ରୀ ସାହୁ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥକୁ ଜବତ କରିଛି ଭିଜିଲାନ୍ସ।ଶ୍ରୀ ସାହୁଙ୍କୁ ଗିରଫ କରିବା ପରେ ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ତାଙ୍କର ଦୁଇଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଏହି ସନ୍ଦର୍ଭରେ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking