36.1 C
Bhubaneswar
Thursday, May 21, 2026
Homeଓଡିଶାପାଇଖାନାରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଇଖାନାରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭଦ୍ରକ: ଭଦ୍ରକ ଚରମ୍ପା ଅଞ୍ଚଳରେ ଚାଞ୍ଚଲ୍ୟ । ମର୍ଣ୍ଣିଂ ୱାକରେ ଯାଇଥିବା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ଘର ପାଖ ପାଇଖାନା ଭିତରୁ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି । ଏନେଇ ହତ୍ୟା ଅଭିଯାଗ ଆଣିଲେ ପରିବାର ଲୋକ । ମୃତ ଯୁବକ ହେଲେ ଚରମ୍ପା ହାଇସ୍କୁଲ ରୋଡର ସମ୍ବିତ କୁମାର ବିଶ୍ୱାଳ । ସେ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ବାଣିଜ୍ୟର ଛାତ୍ର ଥିଲେ । ଆଜି ସକାଳେ ସେ ସାଙ୍ଗମାନଙ୍କ ସହିତ ମର୍ଣ୍ଣିଂ ୱାକରେ ଯାଇଥିଲେ । ତେବେ ଘର ବାହାରେ ଥିବା ପାଇଖାନାରୁ ତାଙ୍କର ମୃତଦେହ ପଡିଥିବା ପରିବାର ଲୋକ ଦେଖିଥିଲେ । ସମ୍ବିତଙ୍କ ବେକ ଓ ମୁହଁ ରେ ଗାମୁଚ୍ଛା ବନ୍ଧା ଯାଇଥିବା ସହିତ ତାଙ୍କ ହାତ ବନ୍ଧା ହୋଇ ପଡିଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ । ଏହାକୁ ନେଇବ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଭଦ୍ରକ ଟାଉନ ପୋଲିସ ପହଞ୍ଚି ଶବଟିକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ସମ୍ବିତଙ୍କୁ ତାଙ୍କ ସାଙ୍ଗମାନେ କିମ୍ବା ପାରିବାରିକ ଶତ୍ରୁତା ପାଇଁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking