36.1 C
Bhubaneswar
Tuesday, May 19, 2026
Homeଦେଶ ବିଦେଶସାର୍ବଜନୀନ ସ୍ଥାନରୁ ହଟାଅ ବୁଲା କୁକୁର: ସୁପ୍ରିମକୋର୍ଟ

ସାର୍ବଜନୀନ ସ୍ଥାନରୁ ହଟାଅ ବୁଲା କୁକୁର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ରାସ୍ତାଘାଟ ଓ ସର୍ବସାଧାରଣ ସ୍ଥାନରୁ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ। ନଭେମ୍ବର ୨୦୨୫ରେ ଦିଆଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ଆଦେଶରେ ସଂଶୋଧନ ପାଇଁ ଦାୟର ହୋଇଥିବା ସମସ୍ତ ପିଟିସନକୁ ମଙ୍ଗଳବାର ଦିନ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ବିଶେଷ କରି ସର୍ବସାଧାରଣ ସ୍ଥାନରୁ ଉଠାଯାଇଥିବା ବୁଲା କୁକୁରମାନଙ୍କୁ ବନ୍ଧ୍ୟାକରଣ ପରେ ପୁନର୍ବାର ସେହି ସମାନ ସ୍ଥାନରେ ନଛାଡ଼ିବା ପାଇଁ କୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ସେଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସ୍ପଷ୍ଟ କୁହାଯାଇଛି। ପଶୁ ଅଧିକାର କର୍ମୀମାନେ ଯୁକ୍ତି ଦର୍ଶାଇଥିଲେ ଯେ କୁକୁରମାନଙ୍କ ସ୍ଥାନ ପରିବର୍ତ୍ତନ କଲେ ସେମାନେ ଦିଗହରା ଓ ଭ୍ରମିତ ହୋଇପାରନ୍ତି, ଯାହାଫଳରେ ସେମାନଙ୍କ ଆକ୍ରମଣ କରିବାର ଆଶଙ୍କା ଅଧିକ ବୃଦ୍ଧି ପାଇବ। ମାତ୍ର ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହେଟ୍ଟା ଓ ଜଷ୍ଟିସ ଏନ.ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଯୁକ୍ତି ସହ ସହମତ ହୋଇନାହାନ୍ତି।  ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କ ଏଭଳି ସ୍ଥିତିକୁ କୋର୍ଟ ”ଉଦବେଗଜନକ” ବୋଲି କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking