ନୂଆଦିଲ୍ଲୀ: ସୋମବାର ଦିନ ମୁଜାଫରପୁରରେ ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥର ମାଡ ହୋଇଥିବା ଅଭିିିଯୋଗ ହୋଇଛି । ଯଦ୍ୱାରା ଅନେକ କୋଚର ଅନେକ କୋଚର ଝରକା କାଚ ଭାଙ୍ଗି ଯାଇଛି । ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ପାଟଳୀପୁତ୍ର -ଗୋରଖପୁର ବନ୍ଦେ ଭାରତ ଏକ୍ସପ୍ରେସକୁ ମଜୌଲିଆ ଏବଂ ଖାବରା ଅଞ୍ଚଳ ନିକଟରେ ଟାର୍ଗେ କରାଯାଇଥିଲା । ରିପୋର୍ଟରୁ ଜଣାପଡିଛି ଯେ, ଏହି ଘଟଣାରେ ବନ୍ଦେ ଭାରତର ତିନୋଟି କୋଚର ଝରକା କାଚ ଆଂଶିକ କ୍ଷତିଗ୍ରସ୍ତ ହୋଇଛି । ଆକ୍ରମଣ ପରେ ଯାତ୍ରୀମାନେ ତୁରନ୍ତ ରେଳ କର୍ତ୍ତୃପକ୍ଷ ଏବଂ ରେଳ ସୁରକ୍ଷା ବଳକୁ ଖବର ଦେଇଥିଲେ । ଏଥିସହ ବିହାରର ସାସାରାମ ରେଳ ଷ୍ଟେସନରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ-ଗୟା ରେଳ ସେକ୍ସନରେ ଏକ ଯାତ୍ରୀବାହୀ ଟ୍ରେନରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ରିପୋର୍ଟ ଅନୁସାରେ, ସକାଳ ପ୍ରାୟ ୬ଟା ସମୟରେ ସାସାରାମରୁ ଆରା ଦେଇ ପାଟନା ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ହଠାତ୍ ନିଆଁ ଲାଗିଯାଇଥିଲା।
ଗୋଟିଏ ବଗିରେ ନିଆଁ ଲାଗିଯିବାରୁ ଯାତ୍ରୀ ଏବଂ ପ୍ଲାଟଫର୍ମରେ ଉପସ୍ଥିତ ଲୋକମାନେ ଭୟଭୀତ ହୋଇ ଦୌଡ଼ି ଆସିଥିଲେ। ସୌଭାଗ୍ୟବଶତଃ, ନିଆଁକୁ ନିୟନ୍ତ୍ରଣ କରାଯାଇଛି।ଅଗ୍ନିକାଣ୍ଡରେ ପାସେଞ୍ଜର ଟ୍ରେନର ଗୋଟିଏ କୋଚ୍ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା ଏବଂ ପରେ ଏହାକୁ ଟ୍ରେନରୁ ଅଲଗା କରାଯାଇଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି ଏବଂ ରେଳ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି। ସେ ଏହା ମଧ୍ୟ ନିଶ୍ଚିତ କରିଛନ୍ତି ଯେ ଏହି ଘଟଣା ସମୟରେ କୌଣସି ଯାତ୍ରୀଙ୍କର କୌଣସି କ୍ଷତି ହୋଇନାହିଁ।










