ଭଦ୍ରକ: ଭଦ୍ରକର କାଡା ଅଫିସର ଯନ୍ତ୍ରୀ ବିଜୟ ମହାନ୍ତିଙ୍କ ଭଡା ଘର ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢାଉ । ଭିଜିଲାନ୍ସ ଜାଲରେ ପଡିଛନ୍ତି ଭଦ୍ରକ- କାଡା ଡିଭିଜନର ଯନ୍ତ୍ରୀ ବିଜୟ କୁମାର ମହାନ୍ତି । ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ତାଙ୍କ ଭଡା ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ସୂଚନା ଅନୁସାରେ , ଭଦ୍ରକ ଆରଡି ସ୍ଥିତ ତାଙ୍କ ବାସଭବନ ସହିତ ଭୁବନେଶ୍ୱର, କେଉଁଝର ଓ ବାଲେଶ୍ୱରର ଅନେକ ଠିକଣାରେ ଏକାସାଥିରେ ଚଢାଉ ଚାଲିଛି । ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ସମ୍ମିଳିତ ଭାବେ ତଦନ୍ତ କାର୍ଯ୍ୟ କରୁଛନ୍ତି । ଭିଜିଲାନ୍ସ ପକ୍ଷରୁ ତାଙ୍କ ସମ୍ପତ୍ତି ଓ ଆର୍ଥିକ ନେଣଦେଣ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଉଥିବା ବେଳେ ଆଗାମୀ ଦିନରେ ଅଧିକ ତଥ୍ୟ ପ୍ରକାଶ ପାଇବାର ସମ୍ଭାବନା ରହିଛି ।










