ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀକ ଯାଦବଙ୍କ ବୁଧବାର ସକାଳେ ଦେହାନ୍ତ ହୋଇଯାଇଛି । ତାଙ୍କୁ ଲକ୍ଷ୍ନୌର ସରାକରୀ ହସ୍ପିଟାଲକୁ ଅଣାଯାଇଥିଲା । ଯେଉଁଠାରେ ହସ୍ପିଟାଲ ନିର୍ଦ୍ଦେଶକ ଡକ୍ଟର ଜିପି ଗୁପ୍ତା ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ । ମୃତ୍ୟୁର କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ପୋଲିସ ମୃତଦେହକୁ ହେପାଜତକୁ ନେଇ ପୋଷ୍ଟମର୍ଟମ ପାଇଁ ପଠାଇଛି । ରାଜନୀତି ସହ ତାଙ୍କର କୌଣସି ସମ୍ପର୍କ ନଥିଲା । ଏହି ଘଟଣାର ବିସ୍ତୃତ ତଦନ୍ତ ଚାଲିଛି । ରାଜନୀତିରୁ ଦୂରରେ ରହି ପ୍ରତୀକ ଯାଦବ ତାଙ୍କ ବ୍ୟବସାୟିକ ଜୀବନରେ ବ୍ୟସ୍ତ ଥିଲେ । ଲକ୍ଷ୍ନୌରେ ତାଙ୍କର ନିଜସ୍ୱ ଜିମ ଥିଲା ଏବଂ ସେ ଜଣେ ଫିଟନେସ ପ୍ରଶିକ୍ଷକ ମଧ୍ୟ ଥିଲେ । ରାଜନୀତି ସହିତ ତାଙ୍କର କୌଣସି ସମ୍ପର୍କ ନଥିଲା ।









