33.1 C
Bhubaneswar
Wednesday, May 13, 2026
Homeଦେଶ ବିଦେଶମେଦାନ୍ତ ହସ୍ପିଟାଲରେ ସୋନିଆ ଗାନ୍ଧୀ

ମେଦାନ୍ତ ହସ୍ପିଟାଲରେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ପୁଣି ଅସୁସ୍ଥ ହେଲେ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥତା ଅନୁଭବ କରିବାରୁ ନୂଆଦିଲ୍ଲୀ ସ୍ଥିତ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ପାଇଁ ଭର୍ତ୍ତି ହୋଇଛନ୍ତି । ସୋନିଆ ଗାନ୍ଧୀଙ୍କ ସହ ତାଙ୍କ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ ଭାଡ୍ରା ମଧ୍ୟ ଅଛନ୍ତି । ସୂତ୍ରରୁ ଜଣାପଡିଛି ଯେ, ସେନିଆ ଗାନ୍ଧୀଙ୍କ ଆଖି ସମସ୍ୟା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ । ମାର୍ଚ୍ଚ ମାସ ଆରମ୍ଭରେ, ସୋନିଆଙ୍କର ପେଟ ସମସ୍ୟା, ଫୁସଫୁସ ସମସ୍ୟା ଏବଂ ନିଶ୍ୱାସ ନେବାରେ କଷ୍ଟ ହେଉଥିଲା । ତେଣୁ ସାର ଗଙ୍ଗାରାମ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ୭ ଦିନ ଯାଏଁ ହସ୍ପିଟାଲରେ ରହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking