32.1 C
Bhubaneswar
Saturday, May 2, 2026
Homeଓଡିଶାନବଜାତ ଶିଶୁ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

ନବଜାତ ଶିଶୁ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା

ଯାଜପୁର: ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା । ଯାଜପୁର ମୁଖ୍ୟ ଚିକିତ୍ସାଳୟ ପ୍ରସୂତି ବିଭାଗରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ଚିକିତ୍ସା ଅବହେଳାରୁ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଗତକା ଲି ଭଣ୍ଡାରୀପୋଖରୀ ବ୍ଲକ କୁମ୍ଭାରିଆ ଗାଁର କୈଳାଶ ଚନ୍ଦ୍ର ଓଝାଙ୍କ ସ୍ତ୍ରୀ ରଶ୍ମିତା ସୂତାରଙ୍କୁ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା । ଗତକାଲି ସକାଳ ୧୦ଟାରେ ରଶ୍ମିତାଙ୍କ ଅପରେସନ ପରେ ଶିଶୁ ଜନ୍ମ ହୋଇଥିଲା । ଶିଶୁ ଗୁରୁତର ଥିବା କହି କଟକ ସ୍ଥାନାନ୍ତର କରାଯାଇଥିଲା । ପରେ ପ୍ରସୂତି ମହିଳାଙ୍କୁ ମଧ୍ୟ କଟକ ସ୍ଥାନାନ୍ତିରତ କରାଯାଇଥିଲା । ସେଠାରେ ଶିଶୁକୁ ମୃତ୍ୟୁ ଘୋଷଣା ପରେ ଆଜି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ମୃତ ଶିଶୁକୁ ଧରି ପରିବାର ଲୋକେ ମେଡିକାଲ ପରିସରରେ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ପ୍ରସୂତି ବିଭାଗରେ ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ଯାଜପୁର ପୋଲିସ ପହଞ୍ଚି ବୁଝାସୁଝା କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking