27.8 C
Bhubaneswar
Wednesday, June 24, 2026
Homeଓଡିଶାସୁଧୀର ପାତ୍ର ହତ୍ୟା ମାମଲା: ଆଉ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ

ସୁଧୀର ପାତ୍ର ହତ୍ୟା ମାମଲା: ଆଉ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ

ଗଞ୍ଜାମ: ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ ପୋଲିସ। ଶୁଭମ ଗୌଡ଼ ଓ ଶୁଭମ ନାୟକଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମଏଫସି କୋର୍ଟ। ଆଜି ଦୁଇ ଅଭିଯୁକ୍ତଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇ ପୋଲିସ ଜେରା କରିବ ।  ଗିରଫ ୯ ଜଣଙ୍କ ମଧ୍ୟରୁ ପୂର୍ବରୁ ୭ ଜଣଙ୍କୁ ରିମାଣ୍ଡରେ ନେଇ ପୋଲିସ ତଥ୍ୟ ହାସଲ କରିଥିବା ବେଳେ ଏବେ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଜେରାର ସମ୍ମୁଖୀନ ହେବେ। ଏହାସହ ସୁଧୀରଙ୍କୁ ଅପହରଣ କରିଥିବା ରାସ୍ତାକୁ ନେଇ ରୁଟ୍ ଟ୍ରାକିଂ କରାଯିବ।ସମ୍ପତ୍ତି କାରବାରକୁ ନେଇ ସୁଧୀରଙ୍କ ପ୍ରତି ବିମୁଖ ଥିଲେ ଝିଆରୀ ନିବେଦିତା ଓ ପୁତୁରା ତୁଷାର। ନିବେଦିତାଙ୍କ ବିବାହ ପ୍ରସ୍ତାବକୁ ନେଇ ହତ୍ୟା କରାଯାଇଥିବା କାରଣକୁ ନିବେଦିତା ରୋକଠୋକ ମନା କରି ଦେଇଥିବା ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking