37.4 C
Bhubaneswar
Saturday, June 13, 2026
Homeଓଡିଶାଭୟଙ୍କର ଦୁର୍ଘଟଣା : ୫ ମୃତ, ୬ ଗୁରୁତର

ଭୟଙ୍କର ଦୁର୍ଘଟଣା : ୫ ମୃତ, ୬ ଗୁରୁତର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ନର୍ମଦାପୁରମରେ ଭୟଙ୍କର ସଡକ ଦୁର୍ଘଟଣା। ଗତକାଲି ବିଳମ୍ବିତ ରାତିରେ ମହେନ୍ଦ୍ରୱାଡି ଏବଂ ମାଖନନଗରର ବାସିନ୍ଦାମାନେ ଏକ ବିବାହ ଉତ୍ସବରେ ଯୋଗ ଦେଇ ବୁଧନିରୁ ଏକ କାରରେ ଫେରୁଥିଲେ। ଏତିକିବେଳେ ସେମାନଙ୍କ ଗାଡ଼ି ଏକ ଶସ୍ୟ ବୋଝେଇ ଟ୍ରାକ୍ଟର ଏବଂ ଟ୍ରଲି ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଏବଂ କାରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମୃତକ ମାନେ ହେଲେ ସାହିଲ ଯାଦବ (୧୯), ହରି ସିଂ (୫୭), ଶୁଭମ୍ ମୋରାପ୍ପା (୧୮), ଭିନେଟ ଯାଦବ (୨୨) ଏବଂ ସନ୍ତୋଷ ପ୍ରଜାପତି ବୋଲି ଜଣାପଡିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking