29.1 C
Bhubaneswar
Monday, April 27, 2026
Homeଓଡିଶାଜନଗଣନାକାରୀ ଶିକ୍ଷକଙ୍କ ପରଲୋକ

ଜନଗଣନାକାରୀ ଶିକ୍ଷକଙ୍କ ପରଲୋକ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲା, ବେତନଟୀ ବ୍ଲକରେ ଜନଗଣନା କାର୍ୟ୍ୟରେ ନିୟୋଜିତ ଥିବା ଜଣେ ଶିକ୍ଷକଙ୍କର ପରଲୋକ ହୋଇଯାଇଛି। ସଂପୃକ୍ତ ଶିକ୍ଷକ ରାଜ କୁମାର ହେମ୍ବ୍ରମ(୫୦) ଏହି ବ୍ଲକ ପୁରିନ୍ଦା ଗାଁସ୍ଥିତ କଖାରୁଆ ବୈଦ୍ୟନାଥ ଉଚ୍ଚ ବିଦ୍ୟାଳୟର ସହକାରୀ କଳା ଶିକ୍ଷକ ଥିଲେ। ସୂଚନା ଅନୁସାରେ, ଶିକ୍ଷକଜଣକ ଜନଗଣନା କାର୍ୟ୍ୟରେ ନି​‌େ​‌ୟାଜିତ ଥିଲେ। ତେବେ ଅସୁସ୍ଥତା ପାଇଁ ଦୁଇ ଦିନ ଛୁଟି ନେଇ ଚିକିତ୍ସାଧୀନ ଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଅତ୍ୟନ୍ତ ଖରାପ ହେବାରୁ ବାରିପଦାସ୍ଥିତ ପିଆରଏମ ​‌ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି ହୋଇଥିଲେ।

ଗତକାଲି ସନ୍ଧ୍ୟାରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କ ଘର ମୟୂରଭଞ୍ଜ ଜିଲା, ବାଙ୍ଗିରିପୋଷି ଅଞ୍ଚଳରେ ହୋଇଥିବାବେଳେ ସେ ବାରିପଦାରେ ରହୁଥିଲେ ବୋଲି ସୂଚନା ମିଳିଛି। ସେ ଗଞ୍ଜାମ ଜିଲାରୁ ବଦଳି ହୋଇ ୨୦୨୪, ଅଗଷ୍ଟ ୨୦ରେ ପୁରିନ୍ଦାସ୍ଥିତ କେବି ହାଇସ୍କୁଲରେ ଯୋଗଦେଇଥିଲେ। ଜନଗଣନା ପ୍ରକ୍ରିୟା ଆରମ୍ଭ ହେବା ପରେ ଘର ଗଣନା କାର୍ୟ୍ୟ କରୁଥିଲେ। ତେବେ ଗାଁକୁ ଗାଁ ବୁଲି ଘର ଗଣନା କଲାବେ​‌ଳେ କେତେକ ସ୍ଥାନରେ ଲୋକଙ୍କ ଅସହଯୋଗ ପାଇଁ ଚିନ୍ତାରେ ଥାଇ ସେ ଅସୁସ୍ଥ ହୋଇପଡ଼ିଥଲେ ବୋଲି ତାଙ୍କ ପୁତୁରା ଲକ୍ଷ୍ମୀକାନ୍ତ ହେମ୍ବ୍ରମ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking