34.1 C
Bhubaneswar
Friday, April 24, 2026
Homeଓଡିଶାସରକାରୀ ଯୋଜନାରେ ବଡ଼ ସଂସ୍କାର: ବନ୍ଦ ହେବ ଅକାମୀ ଯୋଜନା

ସରକାରୀ ଯୋଜନାରେ ବଡ଼ ସଂସ୍କାର: ବନ୍ଦ ହେବ ଅକାମୀ ଯୋଜନା

ଭୁବନେଶ୍ୱର : ସରକାରୀ ଯୋଜନାରେ ହେବ ବଡ ପରିବର୍ତ୍ତନ। ଅକାମୀ ଯୋଜନା ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୩ ରୁ ୪ ବର୍ଷ ଧରି କୌଣସି ବଜେଟ୍ ବରାଦ ପାଇନଥିବା ଯୋଜନା ହେବ ବନ୍ଦ। କେବଳ ନାମମାତ୍ର ବରାଦ ହୋଇଥିବା ଯୋଜନା ଗୁଡିକ ବନ୍ଦ କରାଯିବ। କେନ୍ଦ୍ରୀୟ ଯୋଜନାରେ କିପରି ହିତାଧିକାରୀ ଉପକୃତ ହେବେ ସେନେଇ ପଦକ୍ଷେପ ଗ୍ରହଣ କରାଯିବ। ଏସିଏସଙ୍କ ଅଧ୍ୟକ୍ଷତାରେ ଏପ୍ରିଲ ୧୬ ରୁ ୧୮ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକରେ ୨୩ଟି ବିଭାଗର ଯୋଜନାଗୁଡିକୁ ସମୀକ୍ଷା କରାଯାଇଥିଲା। ସମାନ ଧରଣର ଏକାଧିକ ଯୋଜନାକୁ ଏକାଠି କରି ଏକ ‘ଅଧୀନକୁ ଅଣାଯିବ। ଆୟୁଷ୍ମାନ ଭାରତ, ମଧ୍ୟାହ୍ନ ଭୋଜନ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ଭଳି କେନ୍ଦ୍ରୀୟ ଯୋଜନାରେ ପ୍ରଥମେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ। ଏଥିରେ ଯଦି କିଛି ଅଭାବ ରହେ, ତେବେ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସହାୟତା ଯୋଗାଇ ଦେବେ।ଯୋଜନାଗୁଡ଼ିକର ସଠିକ୍ ତଦାରଖ ପାଇଁ ପ୍ରତି ବଡ଼ ଯୋଜନାର କିଛି ଅଂଶ ଗବେଷଣା, ମୂଲ୍ୟାଙ୍କନ ଓ ମନିଟରିଂ  ପାଇଁ ଖର୍ଚ୍ଚ କରାଯିବ। ଉନ୍ନୟନ କମିଶନରଙ୍କ ପକ୍ଷରୁ ସମସ୍ତ ବିଭାଗକୁ ଏହି ସମୀକ୍ଷା ପ୍ରକ୍ରିୟା ଶେଷ କରି ଆଗାମୀ ୧୫ ଦିନ ମଧ୍ୟରେ ଚୂଡ଼ାନ୍ତ ତାଲିକା ଯୋଜନା ଓ ସଂଯୋଜନ ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ବଜେଟ୍ ଅର୍ଥର ଅପଚୟ ରୋକାଯାଇପାରିବ ଏବଂ ପ୍ରକୃତ ହିତାଧିକାରୀଙ୍କ ନିକଟରେ ସୁବିଧା ପହଞ୍ଚିବ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking