ରାୟଗଡା: ରାୟଗଡାରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଚତୁର୍ଥ ବାର୍ଷିକ ଉତ୍ସବ । ଏହି ଉତ୍ସବ ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସହିତ ପାଳନ କରି ସାମାଜିକ ଦାୟିତ୍ୱର ଦୃଷ୍ଟାନ୍ତ ଦେଇଛି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ।ସ୍ଥାନୀୟ ମାତୃଶକ୍ତି ବରିଷ୍ଠ ନାଗରିକ ଗୃହରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ପ୍ରାୟ ୪୦ ଜଣ ବୃଦ୍ଧ ବୃଦ୍ଧାଙ୍କୁ ବସ୍ତ୍ର ଓ ଖାଦ୍ୟ ବଣ୍ଟନ କରାଯାଇଥିଲା। ସଭାପତି ଦୟାନନ୍ଦ ଖାଡ଼ଙ୍ଗାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଉପଜିଲ୍ଲାପାଳ ରମେଶ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ସମାଜସେବୀ ଡ଼ଃ ଦୁର୍ଗା ପ୍ରସାଦ ପଣ୍ଡା, ସହକାରୀ ଉପଜିଲ୍ଲାପାଳ କୈଳାସ ଚନ୍ଦ୍ର ସ୍ୱାଇଁ ଓ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ଗଣମାଧ୍ୟମର ଭୂମିକା, ଦୁର୍ନୀତିମୁକ୍ତ ସମାଜ ଗଢ଼ିବା ଓ ଗ୍ରାମାଞ୍ଚଳର ସମସ୍ୟା ଉପରେ ଆଲୋକ ପାତ କରିଥିଲେ। ଏଠି ସହିତ ସଙ୍ଘର ସାମାଜିକ କାର୍ଯ୍ୟକ୍ରମ ଶିକ୍ଷା ସାହାଯ୍ୟ, ପରିବେଶ ସୁରକ୍ଷା, ନିଶା ନିବାରଣ ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ପରି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ l ସମାଜ ସେବାକୁ ପ୍ରାଧାନ୍ୟ ଦେଇ ବୃଦ୍ଧାଶ୍ରମରେ ଉତ୍ସବ ପାଳନ କରି ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ଏକ ସକାରାତ୍ମକ ସନ୍ଦେଶ ଦେଇଛି।ଉକ୍ତ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ବହୁ ମାନ୍ୟଗଣ୍ୟ ବିଶିଷ୍ଟ ଅତିଥି ଯୋଗଦେଇ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ଜନହିତକର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ l ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘର ସମ୍ପାଦକ ମନୋଜ କୁମାର ସାହୁ, ଉପଦେଷ୍ଟା କେ. କ୍ରିଷ୍ଣା ମୂର୍ତ୍ତି, ଉପ ସଭାପତି ସନ୍ତୋଷ ଲମତା, ସଭ୍ୟ ହରିନାରାୟଣ ଦାସ, ଗିରି ଶେଖର ରଥ, ବିଶ୍ୱଜିତ ଜେନା, ଲିପ୍ତି ରଞ୍ଜନ ମହାପାତ୍ର, କୈଳାସ ଚନ୍ଦ୍ର ଗୋଡ଼ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ l










