38.1 C
Bhubaneswar
Friday, April 24, 2026
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ କଂଗ୍ରେସ ନେତା ଅଟକ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ କଂଗ୍ରେସ ନେତା ଅଟକ

ଟିଟିଲାଗଡ଼: ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଜି ବଲାଙ୍ଗୀର ଗସ୍ତ ରହିଛି। ଏହି ପରିପ୍ରେକ୍ଷୀରେ ବିରୋଧ ଆଶଙ୍କାରେ ସତର୍କତା ପଦକ୍ଷେପ ମୂଳକ ଜିଲାର ବିଭିନ୍ନ ଅଞ୍ଚଳରେ କଂଗ୍ରେସ ଦଳର ତୁଙ୍ଗ ନେତାଙ୍କୁ ମଧ୍ୟ ରାତ୍ରୀ ଠାରୁ ଘରୁ ଉଠାଇ ଆଣି ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ଦଳର ଜିଲା ଏସସିଏସଟି ସେଲ ସଭାପତି ଡମ୍ବରୁ ଛତ୍ରିଆ, ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଆଇନଜୀବୀ ବୀରେନ୍ଦ୍ର ବାଗ, ଟିଟିଲାଗଡ଼ ନଗର କଂଗ୍ରେସ ସଭାପତି ରଞ୍ଜନ ଦାଶ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁରଜ ବେହେରା, ଦଳର ଜିଲା ସାଧାରଣ ସମ୍ପାଦକ ଜୟସିଂ ତାଣ୍ଡି, ସମ୍ପାଦକ ଲିଙ୍ଗରାଜ ସୁନା, ଯୁବ ନେତା ଅରୁଣ ହରପାଲଙ୍କୁ ଟିଟିଲାଗଡ଼ ଥାନାରେ ଅଟକ ରଖାଯାଇଛି। ଟିଟିଲାଗଡ଼କୁ ଜିଲା ଦାବୀ, ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ଅଞ୍ଚଳରେ ଜଳସେଚନ ବ୍ୟବସ୍ଥା, ବନିକରଣ ଆଦି ଦାବୀ ନେଇ ସେମାନଙ୍କ ସ୍ୱର ଉତ୍ତୋଳନକୁ ଡବଲ ଇଞ୍ଜିନ ସରକାର ଭୟରେ ଦବାଇବାକୁ ସେମାନଙ୍କୁ ବେଆଇନ ଭାବରେ ଅଟକ ରଖାଯାଇଥିବା କଂଗ୍ରେସ ନେତା ଅଭିଯୋଗ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking