38.1 C
Bhubaneswar
Friday, April 24, 2026
Homeଦେଶ ବିଦେଶପରିବର୍ତ୍ତନ ପାଇଁ ବିପୁଳ ଭୋଟିଂ: ଶାହ

ପରିବର୍ତ୍ତନ ପାଇଁ ବିପୁଳ ଭୋଟିଂ: ଶାହ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ଅମିତ ଶାହ ପ୍ରେସମିଟ କରି ରେକର୍ଡ ଭୋଟିଂ ପାଇଁ ବେଙ୍ଗଲବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହ । ପଶ୍ଚିମବଙ୍ଗରେ ହଟିବେ ଦିଦି, ଆସିବ ବିଜେପି ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ପଶ୍ଚିମବଙ୍ଗରେ ନୂଆ ଶାସନର ଯୁଗ ଆରମ୍ଭ ହେବାକୁ ଯାଉଛି । ୧୧୦ ସିଟରେ ବିଜେପି ବିଜୟ ହାସଲ କରିବା ନେଇ ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିପୁଳ ମାତ୍ରାରେ ଭୋଟିଂ ଦର୍ଶାଉଛି ଯେ ବେଙ୍ଗଲବାସୀ ପରିବର୍ତ୍ତନ ଚାହୁଁଛନ୍ତି । ପଶ୍ଚିମବଙ୍ଗରେ ବିଜେପିର ଜଣେ ବେଙ୍ଗଲୀ ନେତା ମୁଖ୍ୟମନ୍ତ୍ରୀ ହେବେ । ଅଙ୍ଗ- ବଙ୍ଗ- କଳିଙ୍ଗରେ ବିଜେପି ସରକାର ଲୋକଙ୍କ ଲୋକଙ୍କ ସେବା କରିବ । ସରକାର ଆସିଲେ ଅନୁପ୍ରବେଶକାରୀଙ୍କୁ ରୋକିବା ଦିଗରେ କଡା ଆଭିମୁଖ୍ୟ ନିଆଯିବ । ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ବିପୁଳ ଭୋଟିଂ କରିବାକୁ ଶାହ ଅନୁରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking