35.8 C
Bhubaneswar
Sunday, April 19, 2026
Homeଓଡିଶାଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ସନ୍ଦେହ

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ସନ୍ଦେହ

ସମ୍ବଲପୁର : ସମ୍ବଲପୁରରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଶନିବାର ହୋଇଛି। ମୃତକ ଜଣକ ହେଉଛନ୍ତି ଝାଙ୍କରପାଲି ଗ୍ରାମ ପଞ୍ଚାୟତ ରସିଆପାଲି ଗ୍ରାମର ୪୪ ବର୍ଷୀୟ ବିଶ୍ୱଜିତ ସାହୁ। ଘଟଣା ଅନୁସାରେ ସେ ଆଜି ସକାଳ ପ୍ରାୟ ୯ଟାରେ କାମକୁ ଯାଇଥିଲେ। ସେଠାରେ ସେ ଅସୁସ୍ଥ ଅନୁଭବ କରିଥିଲେ। ଖବର ପାଇ ପରିବାର ଲୋକେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଡାକ୍ତରଖାନା ଆଣିଥିଲେ। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ପରିବାର ଲୋକେ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରିଛନ୍ତି। ଗ୍ରାମବାସୀ ମାନେ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ସରକାର ତାଙ୍କୁ ଉଚିତ କ୍ଷତି ପୂରଣ ଦିଅନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ତେବେ ଶବ ବ୍ୟବଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର୍ କହିଛନ୍ତି। ସାଧାରଣ ଜନତାଙ୍କୁ ଅତି ଆବଶ୍ୟକ ନହେଲେ ଖରାରେ ନ ବାହାରିବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି। ସୂଚନା ଯୋଗ୍ୟ ଯେ, ବିଗତ କିଛି ଦିନ ହେବ, ସମ୍ବଲପୁର ଜିଲାରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking