35.8 C
Bhubaneswar
Sunday, April 19, 2026
Homeଦେଶ ବିଦେଶହର୍ମୁଜକୁ ପୁଣି ଅବରୋଧ କଲା ଇରାନ

ହର୍ମୁଜକୁ ପୁଣି ଅବରୋଧ କଲା ଇରାନ

ତେହରାନ: ମଧ୍ୟପ୍ରାଚ୍ୟ ଯୁଦ୍ଧର ନାଭିକେନ୍ଦ୍ର ପାଲଟିଥିବା ହର୍ମୁଜ ପ୍ରଣାଳୀ ଖୋଲିବାର ଚବିଶ ଘଣ୍ଟା ନ ପୂରୁଣୁ, ଇରାନ ପୁଣି ଥରେ ଏହାକୁ ଅବରୋଧ କରିଛି। ଆମେରିକା ତାହାର ପ୍ରତିଶ୍ରୁତି ଉଲ୍ଲଘଂନ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଇରାନ ସେନା ପକ୍ଷରୁ କୁହାଯାଇଛି। ହର୍ମୁଜ ପୁଣି ଅବରୋଧ ହେବା ଫଳରେ ଏହାକୁ ଅତିକ୍ରମ କରୁଥିବା ୨୦ଟି ଟ୍ୟାଙ୍କର ପୁଣି ଓମାନ ଆଡକୁ ଫେରିଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଲେବାନନ୍‌ ଓ ଇସ୍ରାଏଲ ମଧ୍ୟରେ ୧୦ ଦିନିଆ ଅସ୍ତ୍ରବିରତି ବୁଝାମଣା ହେବା ପରେ ଇରାନ ପକ୍ଷରୁ ଶୁକ୍ରବାର ହର୍ମୁଜ ପ୍ରଣାଳୀକୁ ମୁକ୍ତ ଘୋଷଣା କରାଯାଇ ବାଣିଜ୍ୟିକ ଜାହାଜର ଚଳାଚଳକୁ ଅନୁମତି ଦିଆଯାଇଥିଲା। ତେବେ ଆମେରିକା ପକ୍ଷରୁ ପାରସ୍ୟ ଉପସାଗରରେ ଥିବା ଇରାନର ବନ୍ଦରଗୁଡିକ ଉପରେ କଟକଣା ଏବଂ ଇରାନର ତୈଳ ଟ୍ୟାଙ୍କରର ଯାତାୟାତକୁ ବ୍ଲକ୍‌ କରାଯାଇଥିବାରୁ ଇରାନ କ୍ଷୁବ୍ଧ ହୋଇଛି।

ଏହି ପରିପ୍ରେକ୍ଷୀରେ ଇରାନକୁ ଆସୁଥିବା ଏବଂ ଇରାନରୁ ଯାତ୍ରାରମ୍ଭ କରୁଥିବା ଜାହାଜ ଉପରୁ ଆମେରିକାର କଟକଣା ପ୍ରତ୍ୟାହୃତ ନ ହେବା ପର୍ଯ୍ୟନ୍ତ ହର୍ମୁଜ ପ୍ରଣାଳୀ ବନ୍ଦ ରହିବ ବୋଲି ଶନିବାର ଇରାନ ସେନା ସ୍ପଷ୍ଟ କରିଛି। ଯଦି କୌଣସି ତୈଳବାହୀ ଜାହାଜ ଇରାନର ବିନା ଅନୁମତିରେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବାକୁ ଉଦ୍ୟମ କରେ, ତେବେ ଏହାକୁ ଚରମ ପରିଣତି ଭୋଗିବାକୁ ପଡିବ ବୋଲି ଇରାନ ସାନି ଧମକ ଦେଇଛି।

ସୂଚନାଯୋଗ୍ୟ ଶୁକ୍ରବାର ଇରାନ ପକ୍ଷରୁ ହର୍ମୁଜ ଖୋଲିବା ନେଇ ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ସୁଦ୍ଧା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ ସ୍ଥିତିକୁ ପୁଣି ଜଟିଳ କରିଛି। ଟ୍ରମ୍ପ କହିଛନ୍ତି ଯେ ପରମାଣୁ ପ୍ରସଙ୍ଗରେ ଆମେରିକା ସହ ସ୍ପଷ୍ଟ ବୁଝାମଣା ନ କରିବା ପର୍ଯ୍ୟନ୍ତ ଆମେରିକାର ଏହି କଟକଣା ବଳବତ୍ତର ରହିବ। ଟ୍ରମ୍ପଙ୍କ ଏତାଦୃଶ ବୟାନକୁ ଇରାନ ସହଜରେ ଗ୍ରହଣ କରିପାରୁନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking