ପିପିଲି:ପିପିଲି ଜଇଶପାଟଣା ସ୍ଥିତ ବାଣୀ ବିଦ୍ୟା ମନ୍ଦିରର 20ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପବିତ୍ର ମୋହନ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ପିପିଲି ମଣ୍ଡଳ ଶିକ୍ଷା ଅଧିକାରୀ ପୀତବାସ ସେଠୀ ଯୋଗ ଦେଇ ଛାତ୍ରଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ପିଲାଙ୍କୁ ଭଲ ପାଠ ପଢ଼ାଇବା ମାନେ କେବଳ ଚାକିରୀ ପଛରେ ଗୋଡ଼ାଇବା ନୁହେଁ ପ୍ରଥମେ ସମାଜ ରେ ଜଣେ ଭଲ ମଣିଷ ହେବା ସହିତ ଜଣେ ଭଲ କୃଷକ,ଶିକ୍ଷକ,ସଂଗୀତଜ୍ଞ,ଭଲ କଳାକାର ଓ ଜଣେ ଭଲ ପ୍ରଶାସକ ହୋଇ ରାଷ୍ଟ୍ର ନିର୍ମାଣ ରେ ଭାଗିଦାରୀ ହେବା ପାଇଁ ଅଭିଭାବକଙ୍କୁ ପରାମର୍ଶ ଦେଇଥିଲେ।ସେହିଭଳି ସମ୍ମାନିତ ଅତିଥି ଭାବେ ପିପିଲି ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଯୋଗଦେଇ ଛାତ୍ରଛାତ୍ରୀ ବର୍ତ୍ତମାନ ଠାରୁ ନିଜର ଲକ୍ଷ୍ୟ ସ୍ଥିର କରି ନିଜକୁ ଶୃଙ୍ଖଳିତ କରନ୍ତୁ,ସମୟାନୁବର୍ତ୍ତୀ ହେବା ସହିତ ନିଜର ଲକ୍ଷରେ ପହଂଚିବାକୁ ଦୃଢ଼ ପ୍ରୟାସ କଲେ ଦେଶ ସମାଜ ଓ ରାଷ୍ଟ୍ର ପାଇଁ ଗୋଟିଏ ଗୋଟିଏ ମୂଲ୍ୟବାନ ସମ୍ପଦ ହୋଇପାରିବେ ବୋଲି ପରାମର୍ଶ ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବିଭାଗ ମୁଖ୍ୟ, ସ୍ନାତକତ୍ତୋର ଓଡିଆ ଭାଷା ଓ ସାହିତ୍ୟ ବିଭାଗ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ, ଭୁବନେଶ୍ଵର ର ଡ. ଜ୍ଞାନରଞ୍ଜନ ପଣ୍ଡା,ବରିଷ୍ଠ ଶିକ୍ଷକ ଓ ପୂର୍ବତନ ସି.ଆର.ସିସି,ଚିନ୍ତାମଣୀ ଓଝା,ଗୋବିନ୍ଦପୁର ସମିତି ସଭ୍ୟା କବିତା ଖଟାଇ ପ୍ରମୁଖ ଯୋଗ ଦେଇ ସୁନ୍ଦର ସମାଜ ଗଠନରେ ସୃଙ୍ଖଳିତ ଓ ଉତ୍ତମ ଛାତ୍ରଛାତ୍ରୀ ସର୍ବଦା ଆଗାମୀ ଦିନର ଭବିଷ୍ୟତ ବୋଲି ଅତିଥି ମାନେ ମତବ୍ୟକ୍ତ କରି ଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସମ୍ପାଦିକା ଅନ୍ନପୂର୍ଣ୍ଣା ରାଉତରାୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ଅର୍ଜୁନ ମହାରଣା ଧନ୍ୟବାଦ ଦେଇଥିଲେ।ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ଶିକ୍ଷକ ଚିନ୍ତାମଣି ଓଝା।କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ବାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉପସ୍ଥିତ ଦର୍ଶକ ମନଭରି ଉପଭୋଗ କରିଥିଲେ । ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।










