34.1 C
Bhubaneswar
Friday, April 24, 2026
Homeଓଡିଶାଓଲଟିଲା ଶ୍ରମିକ ବସ୍‌: ୧୦ରୁ ଅଧିକ ଆହତ, ୫ ଗୁରୁତର

ଓଲଟିଲା ଶ୍ରମିକ ବସ୍‌: ୧୦ରୁ ଅଧିକ ଆହତ, ୫ ଗୁରୁତର

ବାଲେଶ୍ବର :ବାଲେଶ୍ବର ଶେରଗଡ ଛକରେ ଓଲଟିଲା ବସ୍। ୧୦ରୁ ଅଧିକ ଆହତ ହୋଇଛନ୍ତି। ୫ଜଣ ଗୁରୁତରଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆସାମରୁ ଶ୍ରମିକମାନଙ୍କୁ ନେଇ ବସ୍‌ଟି କେରଳ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ୧୬ନମ୍ବର ଜାତୀୟ ରାଜପଥର ଶେରଗଡ଼ ଛକରେ ଭାରସାମ୍ୟ ହରାଇ ଗାଡ଼ିଟି ରାସ୍ତା ପାର୍ଶ୍ବକୁ ଲେଉଟିପଡ଼ିଛି। ଘଟଣାସ୍ଥଳରେ ଖନ୍ତାପଡ଼ା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଅଛନ୍ତି।ଦାଦନ ଖଟିବାକୁ ଆସାମରୁ କେରଳକୁ ୪୭ ଜଣ ବସ ରେ ଯାଉଥିବା ବେଳେ ଶେରଗଡ ନିକଟରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଡିଭାଇଡରରେ ପିଟି ହୋଇଯାଇ ଦୁର୍ଘଟଣା ହୋଇଥିବା କୁହାଯାଉଛି। ସେପଟେ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପରିବହନ ମନ୍ତ୍ରୀ ବିଭୂତିଭୁଷଣ ଜେନା। ସମସ୍ତ ସହାୟତା ଯୋଗାଇ ଦେବାକୁ ବାଲେଶ୍ୱର ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆହତଙ୍କ ଚିକିତ୍ସା ସୁ-ବନ୍ଦୋବସ୍ତ ଓ ଅନ୍ୟ ଯାତ୍ରୀଙ୍କ ଫେରିବା ବ୍ୟବସ୍ଥା କରିବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking