ନୂଆଦିଲ୍ଲୀ: ହୁଗୁଳି ନଦୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୌକା ବିହାର। ନୌକା ବିହାର ସମୟରେ ପ୍ରଧାନମନ୍ତ୍ରୀ ନିଜେ କିଛି ଫଟୋ ଉଠାଇଥିଲେ। ଏସବୁ ଫଟୋ ସେ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି। ମୋଦୀ ଏକ କାଠଡଙ୍ଗାରେ ବସିଥିଲେ ଓ କ୍ୟାମେରା ଧରି ଫଟୋ ଉଠାଇଥିଲେ। ପଛରେ ବିଦ୍ୟା ସାଗର ସେତୁ ଦିଶୁଥିଲା। ଡଙ୍ଗା ଚାଳକଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିଥିଲେ। ସେ ଲେଖିଛନ୍ତି, ପ୍ରତ୍ୟେକ ବଙ୍ଗାଳୀଙ୍କ ପାଇଁ ଗଙ୍ଗା ଏକ ସ୍ୱତନ୍ତ୍ର ସ୍ଥାନ ଓ ସ୍ବତନ୍ତ୍ର ମହତ୍ତ୍ବ ରଖେ। ଏହା କହିବା ଭୁଲ ହେବ ନାହିଁ ଯେ ଗଙ୍ଗା ବଙ୍ଗଳାର ଆତ୍ମାରେ ପ୍ରବାହିତ। ମୋ ପାଇଁ ଏହା ଏକ ସ୍ବତନ୍ତ୍ର ମୁହୂର୍ତ୍ତ ବୋଲି ମୋଦୀ ଲେଖିବା ସହିତ ଗଙ୍ଗା ମାତାଙ୍କୁ ମୋଦୀ କୃତଜ୍ଞତା ଜ୍ଞାପନ କରିଛନ୍ତି।










