34.1 C
Bhubaneswar
Friday, April 24, 2026
Homeଓଡିଶାବ୍ରହ୍ମପୁର ବିଜନେସମ୍ୟାନ ମର୍ଡର ଘଟଣା: ଆଜି ହେବ ଟିଆଇ ପରେଡ

ବ୍ରହ୍ମପୁର ବିଜନେସମ୍ୟାନ ମର୍ଡର ଘଟଣା: ଆଜି ହେବ ଟିଆଇ ପରେଡ

ବ୍ରହ୍ମପୁର:ବ୍ରହ୍ମପୁରର ଜମି ବ୍ୟବସାୟୀ ସୁଧୀର ପାତ୍ରଙ୍କୁ ହତ୍ୟା ମାମଲାରେ ବଡ଼ ଅପଡେଟ ସାମ୍ନାକୁ ଆସିଛି । ସମସ୍ତ ଅଭିଯୁକ୍ତଙ୍କର ହେବ ଟିଆଇ ପରେଡ୍‌ କରିବାକୁ ଯୋଜନା କରିଛି ପୋଲିସ। ଏନେଇ ଖୁବଶୀଘ୍ର କୋର୍ଟରେ ଆବେଦନ କରାଯିବ। ଅଭିଯୁକ୍ତ ମାନଙ୍କୁ ମୃତକଙ୍କ ପରିବାର ଚିହ୍ନଟ କରିବେ। ଦାଦା ହତ୍ୟାର ମାଷ୍ଟରମାଇଣ୍ଡ ଝିଆରୀ, ପୁତୁରାଙ୍କୁ ଚିହ୍ନଟ କରିବେ ସୁଧୀରଙ୍କ ପରିବାର। ବ୍ରହ୍ମପୁର ଜେଲ ଭିତରେ ଏନେଇ ବ୍ୟବସ୍ଥା କରାଯିବ। କୋର୍ଟଙ୍କ ଅନୁମତି ପରେ ଜେଲ ଭିତରେ ଟିଆଇ ପରେଡ କରାଯିବ।ସୁଧୀର ପାତ୍ର ହତ୍ୟାକାଣ୍ଡ ମାମଲାରେ ଏଯାଏଁ ୯ ଜଣ ଗିରଫ ହୋଇଛନ୍ତି। ବ୍ରହ୍ମପୁର ଜେଲ ଭିତରେ ସବୁ ଅଭିଯୁକ୍ତ ଅଛନ୍ତି। ସେମାନଙ୍କ ଭିତରୁ ଝିଆରୀ ନିବେଦିତା ପାତ୍ର, ପୁତୁରା ତୁଷାର ପାତ୍ର ଓ ନିବେଦିତାଙ୍କ ପୁରୁଷବନ୍ଧୁ କାଳୁ ଚରଣ ପ୍ରଧାନ ଚିହ୍ନା ମୁହଁ। କାଳୁ ଗତ ୫ ବର୍ଷ ଧରି ନିବେଦିତାଙ୍କ ସହ ସମ୍ପର୍କରେ ଥିଲେ। ତେଣୁ ସୁଧୀରଙ୍କ ପରିବାର ତାଙ୍କୁ ଚିହ୍ନି ଥାଇପାରନ୍ତି। ଏଥିପାଇଁ ପୁଲିସ ଟିଆଇ ପରେଡ କରିବାକୁ ଚାହୁଁଥିବା ଅନୁମାନ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking