28.5 C
Bhubaneswar
Wednesday, April 22, 2026
Homeଓଡିଶାଲୋକଭବନରେ ପୃଥିବୀ ଦିବସ ପାଳିତ; ଚାରା ରୋପଣ କଲେ ରାଜ୍ୟପାଳ

ଲୋକଭବନରେ ପୃଥିବୀ ଦିବସ ପାଳିତ; ଚାରା ରୋପଣ କଲେ ରାଜ୍ୟପାଳ

ଭୁବନେଶ୍ୱର: ପୃଥିବୀ ଦିବସ ପାଳନ ଅବସରରେ ଲୋକଭବନରେ ମାନ୍ୟବର ରାଜ୍ୟପାଳ ଡ଼ ହରି ବାବୁ କମ୍ଭମପାଟି ଚାରା ରୋପଣ କରିଛନ୍ତି I ପରିବେଶ ସଂରକ୍ଷଣ ଏବଂ ଏ ଦିଗରେ ସ୍ଥାୟୀ ଅଭ୍ୟାସ ଉପରେ ଧ୍ୟାନ ଦେଇ ପୃଥିବୀ ଦିବସ ପାଳନ କରାଯାଇଛି I ଏହି ଅବସରରେ ରାଜ୍ୟପାଳ ବାର୍ତ୍ତା ଦେଇ କହିଛନ୍ତି ଯେ ଏପରି ଅର୍ଥପୂର୍ଣ୍ଣ କାର୍ଯ୍ୟ ପ୍ରକୃତିର ପୋଷଣ ଏବଂ ସୁରକ୍ଷା ପାଇଁ ସମ୍ମିଳିତ ଦାୟିତ୍ୱକୁ ପ୍ରତିଫଳିତ କରେ। ପ୍ରତ୍ୟେକ ଚାରା ଏକ ସବୁଜ ଏବଂ ସୁସ୍ଥ ଭବିଷ୍ୟତର ପ୍ରତିଶ୍ରୁତି ବହନ କରେ ଏବଂ ପରିବେଶ ସୁରକ୍ଷା ଏବଂ ଆଗାମୀ ପିଢ଼ି ପାଇଁ ସ୍ଥାୟୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ କହିଛନ୍ତି । ପୃଥିବୀ ଦିବସ ପାଳନ ଅବସରରେ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଡ଼ ରୂପା ରୋଶନ ସାହୁ ମଧ୍ୟ ଲୋକଭବନ ପରିସରରେ ଚାରା ରୋପଣ କରିଥିଲେ। ଏତତବ୍ୟତୀତ ଲୋକଭବନର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଚାରା ରୋପଣ କରିଥିଲେ I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking