ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ଓ ଡିଲିମିଟେସନ ଉପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । ଲୋକସଭାରେ ବିଲ ଆଗତ ପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖି କହିଛନ୍ତି । ଦେଶର ୫୦ ପ୍ରତିଶତ ଲୋକ ଆଇନ ତିଆରିରେ ସାମିଲ ହୁଅନ୍ତୁ । ଯେଉଁ ଦଳ ମହିଳା ସଂରକ୍ଷଣକୁ ବିରୋଧ କରିଛି ତାର ଫଳ ଭୋଗିଛି । ମହିଳା ସଂରକ୍ଷଣକୁ ବିରୋଧ କଲେ ମହିଳା କ୍ଷମା କରିବେ ନାହିଁ । ୨୫, ୩୦ ବର୍ଷ ତଳର ସ୍ଥିତି ଆଜି ଆଉ ନାହିଁ । ଏବେ ମହିଳାମାନେ ଅଧିକାର ନେଇ ଦୃଢ ହକଦାର । ଆଜି ଯେଉଁମାନେ ବିରୋଧ କରିବେ ଲମ୍ବା ସମୟ ପାଇଁ ଭୋଗିବେ । ମୁଁ ପଛୁଆ ବର୍ଗରୁ ଆସିଛି । ମାତ୍ର ସବୁ ବର୍ଗକୁ ସମ୍ମାନ କରି ଆସିଛି । ଜୀବନର ସବୁ କ୍ଷେତ୍ରରେ ମହିଳାମାନେ ଦକ୍ଷତା ଦେଖାଇଲେଣି । ପଞ୍ଚାୟତରେ ମହିଳାଙ୍କୁ ସଂରକ୍ଷଣ ଦେଉଛ ସଂସଦରେ କାହିଁକି ନୁହଁ । ଡିଲିମିଟେସନକୁ ନେଇ ରାଜନୀତି କରିବା ଅନୁଚିତ । ଦେଶରେ କୌଣସି ପ୍ରାନ୍ତ ସହ ଭେଦଭାବ କରାଯିବ ନାହିଁ । ଯଦି ଏନେଇ ଗ୍ୟାରେଣ୍ଟି ଚାହୁଁଛ ଦେବାକୁ ପ୍ରସ୍ତୁତ ଅଛି ।










