ନବରଙ୍ଗପୁର: ପୁଣି ଶବକୁ ଅସମ୍ମାନ। ଧର୍ମ ପରିବର୍ତ୍ତନ କରିଥିବାରୁ ମିଳୁନି ଶ୍ମଶାନ। ଧର୍ମ ପରିବର୍ତ୍ତନ କରିଥିବାରୁ ମୃତ୍ୟୁ ପରେ ବି ଛାଡ଼ୁନି ବିବାଦ। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ପରେ ଉମରକୋଟ ବ୍ଲକରେ ବି ଏହି ବିବାଦ ଦେଖିବାକୁ ମିଳିଛି । ଉମରକୋଟ ବ୍ଲକ ଅଣ୍ଡରିଗୁଡା ଗାଁର ମାଣିକ ସାନ୍ତା ମୃତ୍ୟୁ ବରଣ କରିବାର ୩୬ ଘଣ୍ଟା ପରେ ବି ହୋଇ ପାରୁନି ଅନ୍ତିମ ସଂସ୍କାର । ଧର୍ମ ପରିବର୍ତ୍ତନ କରିଥିବାରୁ ଗାଁ ସ୍ମଶାନରେ ଶବ ପୋତିବାକୁ ଗ୍ରାମବାସି ଦେଉ ନାହାନ୍ତି ଅନୁମତି । ସେହି ଧର୍ମର ସ୍ମଶାନରେ ଶବ ସତ୍କାର କରିବାକୁ ଜିଦ ଧରିଛନ୍ତି ଗ୍ରାମବାସୀ। ଜିଲ୍ଲା ପ୍ରଶାସନ ଓ ପୋଲିସ ବାରମ୍ବାର ଆଲୋଚନା ପରେ ମଧ୍ୟ ସମାଧାନ ର ରାସ୍ତା ବାହାରୁ ନାହିଁ ।ଗାଁର ରାୟମତି ଗଣ୍ଡ (୭୦ବର୍ଷ)ଙ୍କ ଗତକାଲି ଅପରାହ୍ଣ ୩ଟାରେ ମୃତ୍ୟୁ ହୋଇଥିଲା। ଗାଁ ଶ୍ମଶାନରେ ଶେଷକୃତ୍ୟ କରିବାକୁ ପରିବାର ପକ୍ଷରୁ ମୃତଦେହ ଘରୁ ବାହାର କରିବା ବେଳେ ଗାଁର କିଛି ପରିବାର ବିରୋଧ କରିଥିଲେ।










