25.9 C
Bhubaneswar
Monday, April 6, 2026
Homeଓଡିଶାନାବାଳକଙ୍କ ହାତରେ ଫୁଟିଲା ବୋମା

ନାବାଳକଙ୍କ ହାତରେ ଫୁଟିଲା ବୋମା

ବ୍ରହ୍ମପୁର : ବଲ୍ ଭାବି ଖେଳୁ ଖେଳୁ ହାତରେ ଫୁଟିଗଲା ବୋମା। ଏଭଳି ଏକ ଅଘଟଣ ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଠାରେ ସୋମବାର ଘଟିଛି। ବଲ୍ ଭାବି ହାତରେ ଧରିଥିବା ବେଳେ ୨ ନାବାଳକଙ୍କ ହାତରେ ଏହି ବୋମା ଫାଟି ଯାଇଛି। ଏଥିରେ ୨ ନାବାଳକଙ୍କ ମଧ୍ୟରୁ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ଜଣେ ନାବାଳକଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏମକେସିଜିରେ ଭର୍ତ୍ତି କରାଯାଇଛି।ସୂଚନାଯୋଗ୍ୟ, ଉଭୟ ନାବାଳକ ଘର ବାରିପଟେ ଖେଳୁଥିବା ବେଳେ ସେଠାରେ ଥିବା ବୋମାକୁ ବଲ୍ ଭାବି ଧରି ପକାଇଥିଲେ। ବଲ୍ ଭାବି ଖେଳୁଥିବା ବେଳେ ହଠାତ୍ ତାହା ଫୁଟି ଯାଇଥିଲା। ଜଣେ ନାବାଳକଙ୍କ ବୟସ ୧୪ ଓ ଅନ୍ୟ ଜଣେ ୮ ବର୍ଷର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ବୋମା କିଏ ଓ କାହିଁକି ରଖିଥିଲା ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking