25.9 C
Bhubaneswar
Monday, April 6, 2026
Homeଓଡିଶାବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡି ମନା  

ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡି ମନା  

ଭୁବନେଶ୍ୱର: ଓଡିଶାରେ  ବାହାର ରାଜ୍ୟର ୧୦ ବର୍ଷରୁ ଅଧିକ  ପୁରୁଣା  ବାଣିଜ୍ୟିକ  ଗାଡି ଉପରେ କଟକଣା । ନୂତନ ପରମିଟ ପ୍ରଦାନ କରାଯିବ ନାହିଁ ।  ମାଲିକାନା ହସ୍ତାନ୍ତର କିମ୍ବା କୌଣସି  କର ଗ୍ରହଣ  ଉପରେ ମଧ୍ୟ ଅଙ୍କୁଶ ।  ୧୯ ଜୁଲାଇ ୨୦୨୩  ଏସଟିଏ ବୈଠକରେ  ନିଆଯାଇଥିବା  ନିଷ୍ପତ୍ତି କାର୍ଯ୍ୟକାରୀ  କରିାକୁ  ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ  ଦିଆଯାଇଛି ।  ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ  ପକ୍ଷରୁ   ବିଧିବଦ୍ଧ  ବିଜ୍ଞପ୍ତି ପ୍ରକାଶ ପାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ  ବିଭୂତି ଭୂଷଣ ଜେନାଙ୍କ  ନିର୍ଦ୍ଦେଶରେ ରାଜ୍ୟର  ପରିବହନ ବ୍ୟବସ୍ଥାକୁ ଉନ୍ନତ ଏବଂ ଯାତ୍ରୀମାନଙ୍କ ନିରାପତ୍ତାକୁ ସୁଦୃଢ କରିବା ଉଦ୍ଦେଶ୍ୟରେ  ଏକ ଗୁରୁତ୍ୱପୂର୍ଣ୍ଣ  ନିଷ୍ପତ୍ତି ନିଆଯାଇଛି ।  ୧୯ ଜୁଲାଇ ୨୦୨୩ରେ ରାଜ୍ୟ ପରିବହନ  ପ୍ରାଧିକରଣର ୩୦୧ ତମ ବୈଠକରେ  ନିଆଯାଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହହି ନିର୍ଦ୍ଦେଶନାମା ଅନୁଯାୟୀ, ଅନ୍ୟ ରାଜ୍ୟରେ ପଞ୍ଜିକୃତ  ହୋଇଥିବା  ୧୦ ବର୍ଷରୁ  ଅଧିକ  ପୁରୁଣା ବାଣିଜ୍ୟିକ  ଗାଡି ଗୁଡିକର  ଓଡିଶା ମଧ୍ୟକୁ ପ୍ରବେଶ ପରିଚାଳନା ଉପରେ କଟକଣା ଲାଗୁ କରାଯାଇଛି । ଏଥିସହିତ  ରାଜ୍ୟର ସମସ୍ତ  ଆଞ୍ଚଳିକ ପରିବହନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଏହିପରି ପୁରୁଣା ଗାଡି ଗୁଡିକର ଠିକଣା ପରିବର୍ତ୍ତନ ମାଲିକାନା ହସ୍ତାନ୍ତର କିମ୍ବା କୌଣସି ପ୍ରକାରର ପରିବହନ  ଟ୍ୟାକ୍ସ ଗ୍ରହଣ କରାଯାଇପାରିବ ନାହିଁ । ସମସ୍ତ ଆରଟିଓ ଓ ଏଆରଟିଓ ମାନଙ୍କୁ ଏହି ସଂସ୍କାରମୂଳକ ନିଷ୍ପତ୍ତିକୁ କଡାକଡି  କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପଦକ୍ଷେପ  ଦ୍ୱାରା  ରାଜ୍ୟରେ ସଡକ  ସୁରକ୍ଷା  ମାନଦଣ୍ଡରେ ଉନ୍ନତି ଆସିବ । ସଡକରେ ଅନୁପଯୁକ୍ତ  ଗାଡି ହ୍ରାସ ପାଇବ ଏବଂ ପୁରୁଣା ଗାଡି ଜନିତ  ପ୍ରଦୂଷଣ ମଧ୍ୟ ହ୍ରାସ ହେବ ବୋଲି ବିଭାଗ ଲକ୍ଷ୍ୟ ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking