33.1 C
Bhubaneswar
Friday, April 3, 2026
Homeଓଡିଶାବାଣ ଭିଡିବା ବେଳେ ବିସ୍ଫୋରଣ: ୬ ଗୁରୁତର

ବାଣ ଭିଡିବା ବେଳେ ବିସ୍ଫୋରଣ: ୬ ଗୁରୁତର

ନୟାଗଡ: ବାଣ ଭିଡିବା ବେଳେ ବିସ୍ଫୋରଣ । ବିସ୍ଫୋରଣରେ ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ନୟାଗଡ ଜିଲ୍ଲା ଦଶପଲ୍ଲା ନୂଆଗାଁ ଥାନା କୋରଡା ଗାଁରେ ବିସ୍ଫୋରଣ ହୋଇଛି । ସୂଚନାଥାଉକି, ଦଶପଲ୍ଲାରେ ୭ ତାରିଖରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ନିଜ ଘରେ ବାଣ ଭିଡିବା ବେଳେ ଏହି ଅଘଟଣ ଘଟିଛି । ଗୋଟିଏ ପରିବାରର ୬ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ୨ ଜଣ ମହିଳା ରହିଛନ୍ତି । ବାଣ ଏତେ ଜୋରରେ ବିସ୍ଫୋରଣ ହେଇଥିଲା ଯେ ଚାରିପାଖରେ ଥିବା ଘର ସବୁକିଛି ଛାରଖାର ହୋଇଯାଇଥିଲା। ଶବ୍ଦ ଶୁଣି ସ୍ଥାନୀୟ ଲୋକେ ବାହାରକୁ ଆସିଲା ବେଳକୁ ଅଞ୍ଚଳ ପୂରା କଳା ଧୂଆଁରେ ଆସ୍ତରଣ ପଡିଯାଇଥିଲା । ୬ ଜଣଙ୍କୁ ଜିଲ୍ଲା ନୟାଗଡ ଜିଲ୍ଲା  ମୁଖ୍ୟ ଚିକିତ୍ସାଳୟରେ ସ୍ଥାନୀୟ ଲୋକେ ଭର୍ତ୍ତି କରିଥିଲେ । ପରେ ଡାକ୍ତର ସେମାନଙ୍କୁ ଉତ୍ତମ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରିଛନ୍ତି। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରଶ୍ନ ଉଠୁଛି ଯେ, ବେଆଇନ ଭାବେ ବାଣ ତିଆରି ହେଉଛି ହେଲେ ପୋଲିସ ଜାଣିପାରୁନି । ଆଜିର ଏହି ଅଘଟଣ ପାଇଁ ଦାୟୀ କିଏ ରହିବ । ପ୍ରଶାସନ କଣ କରୁଛି ।କଳାବଜାରୀ , ବେଆଇନ ବିରୋଧରେ ସରକାର ସଚେତନ କରାଇଲେ ମଧ୍ୟ ଅମାନିଆ ହେଉଛନ୍ତି ଲୋକେ । ଯଦି ପୋଲିସ ଆଜି ବେଆଇନ ଭାବେ ବାଣ ତିଆରି ହେଉଥିବା ଜାଗା ଗୁଡିକରେ ପାଟ୍ରୋଲିଂ କରିଥାନ୍ତା ତେବେ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇ ସେମାନେ ଏହା କରିନଥାନ୍ତା । ତେବେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking