33.1 C
Bhubaneswar
Tuesday, March 31, 2026
Homeଓଡିଶାଗଞ୍ଜେଇ ଚାଲାଣ: କନଷ୍ଟେବଳ ଗିରଫ

ଗଞ୍ଜେଇ ଚାଲାଣ: କନଷ୍ଟେବଳ ଗିରଫ

ବୌଦ୍ଧ: ଗଞ୍ଜେଇ ଚାଲାଣ ଅଭିଯୋଗରେ କନଷ୍ଟେବଳ ଗିରଫ ହୋଇଛନ୍ତି । ବୌଦ୍ଧରୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଖବର । ଯାହାକୁ ଗଞ୍ଜେଇ କାରବାର ରୋକିବାକୁ ଦାୟିତ୍ୱ ଦିଆଯାଇଥିଲା । ସେ କରୁଥିଲା ଚାଲାଣ । ବୌଦ୍ଧ ଥାନା ବରକୁଡା ଛକ ନିକଟରେ ତଲାସୀ ସମୟରେ ଏକ ବାଇକରୁ ୧୦ କେଜି ରୁ ଅଧିକ ଗଞ୍ଜେଇ ଜବତ ସହିତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଉଛନ୍ତି, ରିଜର୍ଭ ପୋଲିସ କନଷ୍ଟେବଳ ନିଧି ସାହୁ । ଗିରଫ ନିଧି ସାହୁ ବୌଦ୍ଧ ବଳ ସିଂହା ରିଜର୍ଭରେ ପୋଲିସ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ଜଣା ପଡିଛି । ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । ବୌଦ୍ଧ ଏସପି ରାହୁଲ ଗୋଏଲ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ଗଞ୍ଜେଇ କାରବାରରେ ଥିବା ଲୋକଙ୍କୁ ଛଡାଯିବ ନାହିଁ ବୋଲି କଡା ଚେତାବନୀ ଦେଇଛନ୍ତି ପୋଲିସ । ଆଗକୁ ବୌଦ୍ଧକୁ କିପରି ଗଞ୍ଜେଇ ମୁକ୍ତ ଜିଲ୍ଲା କରାଯିବ ଏହାକୁ ନେଇ ଜୋର ସୋରରେ ପ୍ରୟାସ ଜାରି ରହିଛି ବୋଲି ଏସପି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking