36.1 C
Bhubaneswar
Friday, March 27, 2026
Homeଓଡିଶାରାମଜନ୍ମ ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ

ରାମଜନ୍ମ ନୀତି: ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ୫ ଘଣ୍ଟିଆ ଜଗା ଦର୍ଶନ ବନ୍ଦ । ରାମଜନ୍ମ ନୀତି ପାଇଁ  ମଧ୍ୟାହ୍ନ  ଧୂପ  ଭୋଗ ଉଠିବା ପରେ ଶ୍ରୀରାମ ଜନ୍ମ ନୀତି ଶେଷ ହେବା ପର୍ଯ୍ୟନ୍ତ ଅର୍ଥାତ ଅପରାହ୍ମ ୫ଟାରୁ   ରାତି ୧୦ଟା ଯାଏଁ  ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ  ରହିବ ।  ଆଜି ପବିତ୍ର ଶ୍ରୀରାମ ନବମୀ । ଚୈତ୍ର  ଶୁକ୍ଳପକ୍ଷ  ନବମୀ ତିଥିରେ ସାରା ରାଜ୍ୟରେ  ଶ୍ରୀରାମ  ନବମୀ  ଉତ୍ସବ  ପାଳିତ ହେଉଛି ।  ଚଳିତ ବର୍ଷ ନବମୀ ଏପ୍ରିଲ ୨୬ରେ ପଡୁଥିବାରୁ ସେହିଦିନ ଅଯୋଧ୍ୟା  ଶ୍ରୀରାମ ମନ୍ଦିରରେ  ରାମ ନବମୀ  ଉତ୍ସବ  ପାଳିତ ହୋଇଛି ।  କିନ୍ତୁ ଶ୍ରୀମନ୍ଦିର ଅନୁମୋଦିତ  ପଞ୍ଜିକା ଅନୁଯାୟୀ ୨୭ ତାରିଖରେ ନବମୀ ତିଥି ଥିବାରୁ  ସମଗ୍ର  ଉତ୍କଳରେ ଶ୍ରୀରାମ ନବମୀ  ପାଳନ କରାଯାଉଛି ।  ରାଜ୍ୟର ବିଭିନ୍ନ  ରାମ ମନ୍ଦିରରେ ଶ୍ରୀରାମଙ୍କ ଜନ୍ମୋତ୍ସବ ପାଳନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking