33.1 C
Bhubaneswar
Thursday, October 1, 2026
Homeଓଡିଶାକାଜୁ ଗଛରେ ଝୁଲିପଡିଲେ ପ୍ରେମୀ ଯୁଗଳ

କାଜୁ ଗଛରେ ଝୁଲିପଡିଲେ ପ୍ରେମୀ ଯୁଗଳ

ନବରଙ୍ଗପୁର: ଝୁଲିପଡିଲେ ପ୍ରେମୀ ଯୁଗଳ । ଓଢ଼ଣୀ ଲଗାଇ ଗଛରେ ଝୁଲି ପଡ଼ିଲେ ପ୍ରେମୀଯୁଗଳ। ନବରଙ୍ଗପୁର ପାପଡ଼ାହାଣ୍ଡି ଥାନା ମକିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା।ଖବର ଅନୁଯାୟୀ, ଗାଁ ପାଖ କାଜୁ ଜଙ୍ଗଲରୁ ଝୁଲନ୍ତା ମୃତଦେହ ଝୁଲୁଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ।  ଗାଁ ପାଖ କାଜୁ ଗଛରେ ଓଢ଼ଣୀକୁ ଫାସ କରି ଝୁଲି ପଡ଼ିଛନ୍ତି।  ମୃତ ଯୁବକ ମକିଆ ଗାଁର ପବିତ୍ର ଭତରା ଆଉ ତାଙ୍କ ପ୍ରେମିକା।  ପ୍ରେମିକା ଜଣକ ନାବାଳିକା ବୋଲି ଜଣାପଡ଼ିଛି।ସେପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଏବଂ ପୋଲିସର ପ୍ରାଥମିକ ତଦନ୍ତ ପରେ ହିଁ ମୃତ୍ୟୁ ସଠିକ୍‌ କାରଣ ଜଣାପଡିବ ବୋଲି ଆଶା କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking