27.1 C
Bhubaneswar
Sunday, March 22, 2026
Homeଓଡିଶାପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ

ପୁରୀ: ପୁରୀ ସମୁଦ୍ରରେ ପୁଣି ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ । ପୁରୀ ସମୁଦ୍ର କୂଳ ସେକ୍ଟର-୧୪ରେ ଘଟିଛି ଏହି ଅଭାବନୀୟ ଘଟଣା ।ଖବର ଅନୁଯାୟୀ, ପଶ୍ଚିମବଙ୍ଗର କିଛି ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ । ପୁରୀ ବୁଲାବୁଲି ପରେ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ । ସମୁଦ୍ର କୂଳ ସେକ୍ଟର-୧୪ ନିକଟରେ ଏକାଠି କିଛି ଲୋକ ଗାଧେଉଥିବା ବେଳେ ଘଟିଲା ଅଘଟଣ । ହଠାତ୍ ପାଣିର ପ୍ରଖର ସୁଅ ଜଣେ ପର୍ଯ୍ୟଟକଙ୍କୁ ଟାଣି ନେଇଥିଲେ । ଯାହାଫଳରେ ସେ ଚିତ୍କାର କରିଥିଲେ । ଏହି ଚିତ୍କାର ଶୁଣି ଘଟଣାସ୍ଥଳରେ ଥିବା ଲାଇଫ୍ଗାର୍ଡ ମାନେ ତୁରନ୍ତ ସମୁଦ୍ର ମଧ୍ୟ ଯାଇଥିଲେ । ତୁରନ୍ତ ଭାସିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ । ଏହାପରେ ଉଦ୍ଧାର ପର୍ଯ୍ୟଟକ ଚିକିତ୍ସା ନିମନ୍ତେ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା । ସେ ସୁରକ୍ଷିତ ଥିବା ଜଣାପଡିଛି । ତେବେ ପର୍ଯ୍ୟଟକ ଜଣଙ୍କ ପଶ୍ଚିମବଙ୍ଗର ଦେବାଶିଷ ସିଂ ବୋଲି ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking