26.1 C
Bhubaneswar
Friday, March 20, 2026
Homeଓଡିଶାମହଙ୍ଗା ହେଲା ସୁନା: ହ୍ରାସ ପାଇଲା ରୂପା ଦର

ମହଙ୍ଗା ହେଲା ସୁନା: ହ୍ରାସ ପାଇଲା ରୂପା ଦର

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଘନଘଟା ମଧ୍ୟରେ ଆଜି ମହଙ୍ଗା ହୋଇଛି ସୁନା କିନ୍ତୁ ରୂପା ଦର ହ୍ରାସ ପାଇଛି। ତେବେ ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ରହିଛି ଦର। ଆଜି ସୁନା ଦର ମହଙ୍ଗା ହୋଇଥିବା ବେଳେ ରୂପା ଦର କମିଛି  ।  ତେବେ ଆଜି ରାଜଧାନୀ ଭୁବନେଶ୍ଵରରେ ୨୪ କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୬୫୦ ଟଙ୍କା ମହଙ୍ଗା ହୋଇ ୧ ଲକ୍ଷ ୫୦ ହଜାର ୯୩୦ ଟଙ୍କା ହୋଇଛି। ଗତକାଲି ଦର ୧ ଲକ୍ଷ ୫୦ ହଜାର ୨୮୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୬୦୦  ଟଙ୍କା ମହଙ୍ଗା ୧ ଲକ୍ଷ ୩୮ ହଜାର ୩୫୦ ଟଙ୍କା ହୋଇଛି। ଯାହା ଗତକାଲି ୧ ଲକ୍ଷ ୩୭ ହଜାର ୭୫୦ ଟଙ୍କା ରହିଥିଲା।ଅନ୍ୟପଟେ ରୂପା ଦର ମଧ୍ୟ କମିଛି ।  ଭୁବନେଶ୍ବରରେ ଆଜି ରୁପା ମୂଲ୍ୟ କିଲୋ ପ୍ରତି ୫ ହଜାର ଟଙ୍କା କମି ୨ ଲକ୍ଷ ୬୦ ହଜାର ଟଙ୍କା ରହିଛି। ଗତକାଲି ଦର ୨ଲକ୍ଷ ୬୫ହଜାର ଟଙ୍କା ରହିଥିଲା । ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking