ନୂଆଦିଲ୍ଲୀ: ପରାଜୟ ପରେ ବିଜେପି ଉପରେ ବର୍ଷିଲେ ମମତା ବାନାର୍ଜୀ । ବିଜେପି ୧୦୦ରୁ ଉର୍ଦ୍ଧ୍ୱ ସିଟରେ ଭୋଟ ଚୋରି କରି ଜିତିଛି । ଇଣ୍ଡିଆ ବ୍ଲକ ଟିଏମସିକୁ ପୂରା ସମର୍ଥନ କରିଛି । ଇଣ୍ଡିଆ ବ୍ଲକ ସଂଗଠିତ ଓ ମଜଭୂତ ରହିଛି ବୋଲି କହିଛନ୍ତି ମମତା । ଭାରତ ସରକାର ସିଧାସଳଖ ହସ୍ତ କ୍ଷେପ କରିଛନ୍ତି । ବିହାର, ମହାରାଷ୍ଟ୍ର, ହରିଆଣାରେ କରିଥିଲେ । ଏଠାରେ ବି କଲେ । ବେଙ୍ଗଲରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ ଆମ ଏଜେଣ୍ଟକୁ ମାଡ ମାରି ତଡିଦେଲେ । ବିଜେପି କର୍ମକର୍ତ୍ତା ଗଣତି କେନ୍ଦ୍ରକୁ ହାଇଜାକ କରିଦେଲେ । ମୋତେ ଶାରୀରିକ ଭାବେ ଆକ୍ରମଣ ଓ ଗାଳି ଗୁଲଜ କରାଯାଇଛି । ବେଙ୍ଗଲବାସୀଙ୍କ ପାଇଁ କଳା ଦିବସ ଥିଲା କହିଲେ ମମତା । ଭାରତ ସରକାର ଗୋଟିଏ ପାର୍ଟିର ଶାସନ ଚାହୁଁଛନ୍ତି । ଆମେ ଏହି ନିର୍ବାଚନରେ ପରାଜିତ ହୋଇନୁ, ଇସ୍ତଫା ଦେବିନି । ସିଇସି ଏହି ନିର୍ବାଚନରେ ପ୍ରକୃତ ଭିଲେନ । ଆମର ଭିଲେନଙ୍କ ସହ ଲଢେଇ ହେଉଥିଲା, ବିଜେପି ସହ ନୁହେଁ, କେନ୍ଦ୍ରୀୟ ଫୋର୍ସ କେନ୍ଦ୍ରୀୟ ଗୁଣ୍ଡା ଭାବେ ବ୍ୟବହାର କରୁଥିଲେ । ମୁଖ୍ୟମନ୍ତ୍ରୀ ନ ଥାଇ ଦିଲ୍ଲୀ ବିରୋଧରେ ଲଢେଇ ଜାରି ରହିବ ।










